ବୈପାରୀଗୁଡା ବିଜେପି ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୫/୧୨): ସାରା ଦେଶ ଆଜି ବାଜପେୟୀଙ୍କ ସ୍ମୃତିରେ ତାଙ୍କ ଜୟନ୍ତୀ ପାଳନ କରୁଥିବା ବେଳେ ବୈପାରୀଗୁଡା ବିଜେପି ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି l

ମଣ୍ଡଳ ସଭାପତି ଉମେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି ଚନ୍ଦ୍ର ସେଖର ରଥ, ପୂର୍ବତନ ବ୍ଲକ ଅଧକ୍ଷ ନରେନ୍ଦ୍ର କାନ୍ଦିଲିଆ, ବରିଷ୍ଠ କର୍ମୀ ବିପିନ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ତିୱାରୀ ସମତେ ଯୋଗ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କୃତିତ୍ୱ ବିଷୟରେ ଆଲୋକପାତ କରିଥିଲେ l ବାଜପେୟୀ ଏମିତି ରାଜନେତା, ଯିଏ ନିଜ ପାର୍ଟି ସମେତ ପୂରା ଦେଶର ହୃଦୟ ଜିତିଯାଇଥିଲେ। ଭାରତର ରାଜନୈତିକ ଇତିହାସରେ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ଶିଖର ପୁରୁଷ ଭାବେ ଜଣାଶୁଣା ବୋଲି କହିଥିଲେ ଅତିଥି ମାନେ l ଅଗାମି ଦିନରେ ବାଜପେୟୀଙ୍କ ବିଚାରକୁ ସମ୍ମାନ ଦେଇ ପାର୍ଟିର ରଣ ନୀତି ପ୍ରସୂତି କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି l ଏଥିରେ ବୈପାରୀଗୁଡା ବ୍ଲକ ର ବିଭିନ୍ନ ପଂଚାୟତ ରୁ କର୍ମୀ ମାନେ ଉପସ୍ଥିତ ଥିଲେ l

Welcome to Odisha News24

error: Content is protected !!
%d bloggers like this: