ସାଧାରଣ ଜନତାଙ୍କ ସ୍ୱର

ବୈପାରୀଗୁଡା ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୭/୦୨): ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଂଚାୟତ ମହାନ୍ତପୁଟ ଠାରେ ଆଜି ପୋଲିସ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କର ଡୋରି ବାନ୍ଧିବା ପ୍ରୟାସ କରିଛନ୍ତି ବୈପାରୀଗୁଡା ପୋଲିସ । ପୁଣି ଥରେ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସଚେତନ ରାଗିବାକୁ କୁହାଯାଇଛି |

ପୋଲିସ ଏବଂ ଜନସାଧାରଣ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନା ସହିତ ଆଇନ କାନୁନ ବିଷୟରେ ସଚେତନ କରିବା ଏହି କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିବା ଜଣାପଡ଼ିଛି | ଏଥିରେ ଆଖ ପାଖ ଗ୍ରାମର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଛି | ସେହିପରି ଖେଳକୁଦ କରି ପୁରସ୍କାର ପ୍ରଦାନ କରାଯାଇଛି | ଏଥିସହ ଆବଶ୍ୟକ ସାମଗ୍ରୀ ଗାଁ ଲୋକଙ୍କୁ ବଣ୍ଟନ କରାଯାଇଛି ବେଳେ ନାଚ ଗୀତ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବୈପାରୀଗୁଡା ଥାନା ଆଇଆଇସି ରଘୁନାଥ ମାଝୀ, ଏସ୍ଆଇ ଅସିତ କୁମାର ବଳବନ୍ତରାୟ, ଏସ୍ଆଇ ଘାସିରାମ ସେଠୀ, ଏସ୍ଆଇ ନରସିଂହ ପାଢଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Welcome to Odisha News24

%d bloggers like this: