ବୈପାରୀଗୁଡା ପୋଲିସ ପକ୍ଷରୁ କୁକୁଡ଼ା ଲଢ଼େଇ ଜୁଆ ଅଡ୍ଡା ଚଢ଼ାଉ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୧୭/୦୧): ଗତ କାଲି ସନ୍ଧ୍ୟାରେ ବୈପାରୀଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନିର୍ଦେଶ କ୍ରମେ ପୋକନାଗୁଡାରେ ଚାଲିଥିବା କୁକୁଡ଼ା ଲଢ଼େଇ ଜୁଆ ଅଡ୍ଡା ଉପରେ ଚଢ଼ାଉ କରାଯାଇଛି l

ଘଟଣା ସ୍ଥଳରୁ ଛଅ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗୋଟିଏ ବାଇକ, ପାଞ୍ଚଟି ସାଇକେଲ, ନଗଦ ୨୫୦୦ ଟଙ୍କା ଏବଂ ଜୁଆ ଖେଳରେବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି l ବୈପାରୀଗୁଡା ଥାନା କେସ ନମ୍ବର ୧୨/୧୬ ଜାନୁଆରୀ ୨୦୧୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

Welcome to Odisha News24

error: Content is protected !!
%d bloggers like this: