ବୈପାରୀଗୁଡା ପୋଲିସ ପକ୍ଷରୁ ମଟରଯାନ ଯାଞ୍ଚ, ୪୫୦୦ଟଙ୍କା ଜୋରିମାନା ଆଦାୟ

ରିପୋର୍ଟ: ଏନ. ସନ୍ତୋଷ କୁମାର //
ବୈପାରୀଗୁଡା (୧୧/୦୧): ଆଜି ସକାଳେ ବୈପାରୀଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ଶହୀଦ ଲଷ୍ମଣନାୟକ ଚାରି ଛକ ଠାରେ ମଟରଯାନ ଯାଞ୍ଚ କରାଯାଇଥିଲା।

ଏଥିରେ ବାଇକ ଚାଳକ ଙ୍କ ହେଲମେଣ୍ଟ ଯାଞ୍ଚ କରିବା ସହିତ ବିନା ହେଲମେଣ୍ଟରେ ବାଇକ ଚଳାଉଥିବା ବ୍ୟକ୍ତି ମାନଙ୍କୁ ପୋଲିସ ଅଟକାଇ ଥିଲା । ନିୟମକୁ ବ୍ୟତିକ୍ରମ କରିଥିବା ଗାଡି ଚାଳକଙ୍କ ଠାରୁ ଇଚାଲାଣ ମେସିନ ଦ୍ୱାରା ଜୋରିମାନା ଆଦାୟ କରାଯାଇଛି l ଏଥିରେ ବୈପାରୀଗୁଡା ପୋଲିସ ଚାରି ହଜାର ପାଞ୍ଚ ଶହ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ଆଗାମୀ ଦିନରେ ଗାଡି ଯାଞ୍ଚ ପ୍ରକିୟା ଜାରି ରହିବା ବୋଲି ବୈପାରୀଗୁଡା ଥାନା ଅଧିକାରୀ ରଘୁନାଥ ମାଝୀ ସୂଚନା ଦେଇଛନ୍ତି l

Welcome to Odisha News24

error: Content is protected !!
%d bloggers like this: