ବୈପାରୀଗୁଡା ଠାରେ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୨୧/୦୧): ବୈପାରୀଗୁଡା ଶହୀଦ ଲଷ୍ମଣ ନାୟକ ଚାରିଛକ ଠାରେ କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପରଦା ମାଧ୍ୟମରେ ରୋଡ଼ ସେପ୍ଟି ବିଷୟବସ୍ତୁ ଆଧାରିତ ଜଳଚିତ୍ର ପଦର୍ଶନ କରାଯାଇଛି l ସେହିପରି କଳାକାର ଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶେଷକରି ହେଲିମେଟ ବ୍ୟବହାର, ମଦଖାଇ ଗାଡି ଚଳାଇଲେ କିପରି ଦୁର୍ଘଟଣାମାନ ଘଟୁଛି ଓ ତାହାଦ୍ୱାରା କିପରି ଧନଜୀବନ ହାନୀ ଘଟୁଛି ତାହା ଉପରେ ସଚେତନ କରାଇଥିଲେ । ଶହଶହ ବାଟୋଇ ଏହାକୁ ଉପଭୋଗ କରିବା ସହିତ ସଚେତନ ମଧ୍ୟ ହୋଇଥିଲେ ।

Welcome to Odisha News24

error: Content is protected !!
%d bloggers like this: