ବୈପାରୀଗୁଡାରେ ୧୯୩ କେଜି ଗଞ୍ଜେଇ ଜବତ ସହ ୩ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୧/୦୨): ବୈପାରୀଗୁଡା ପୋଲିସ ପକ୍ଷରୁ ୧୯୩କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରାଯାଇଛି | 

ଆଜି ବୈପାରୀଗୁଡା ଥାନା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଲଷ୍ମୀପୁର ଛକ ଠାରେ ପୋଲିସ ପକ୍ଷରୁ ଗାଡି ଯାଞ୍ଚ ସମୟରେ ୧୯୩କେଜି ଗଞେଇ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଟଙ୍କା ୨୫୬୦/-, ୩ଟି ମୋବାଇଲ ଜବତ କରାଯାଇଛି l ବୈପାରୀଗୁଡା ଠାରୁ ଉତରପ୍ରଦେଶକୁ ପିକଅପ ଭେନ ଗାଡି ନମ୍ବର ଓଡି ୧୦ ଇ ୪୬୪୫ ରେ ଗଂଜେଇ ଚୋରି ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି l ସେମାନଙ୍କୁ ବୈପାରୀଗୁଡା ଥାନା କେସ ନମ୍ବର ୨୧/୩୧.୧.୨୦୧୧ ଅନୁଯାୟୀ ଜୟପୁର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ରଘୁନାଥ ମାଝୀ ପ୍ରକାଶ କରିଛନ୍ତି l

Welcome to Odisha News24

error: Content is protected !!
%d bloggers like this: