ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ୧,୦୬,୫୫୧/-ଟଙ୍କା ନିଧି ପ୍ରଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୮/୦୨): ଦେଶ ବ୍ୟାପି ଅଯୋଧ୍ୟାରେ ଶ୍ରୀ ରାମଙ୍କ ଭାଵ୍ୟ ମନ୍ଦିର ନିର୍ମାଣ ପାଇଁ ସ୍ୱତଃପ୍ରକୃତ ଭାବେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପଯ୍ୟନ୍ତ ସମସ୍ତେ ନିଧି ପ୍ରଦାନ କରୁଥିବା ବେଳେ ବୈପାରିଗୁଡା ବ୍ରାହ୍ମଣ ସମାଜ ପକ୍ଷରୁ ୧ଲକ୍ଷ ୬ହଜାର ୫ଶହ ଏକାବନ ଟଙ୍କା ନିଧି ପ୍ରଦାନ କରାଯାଇଛି |

କମିଟି ସଦସ୍ୟ ମାନେ ନିଜ ସମାଜ ଲୋକଙ୍କ ଘର ଘର ବୁଲି ଏହି ନିଧି ସଂଗହ କରିଥିବା ଜଣାପଡିଛି | ଏହି ଟଙ୍କା ବ୍ୟାଙ୍କ ଏନ.ଇ.ଏଫ.ଟି ମାଧ୍ୟମରେ ଅଯୋଧ୍ୟା ପଠାଯାଇଛି | ନିଧି ସଂଗ୍ରହ ବେଳେ ବ୍ରାହ୍ମଣ ସମାଜର ସଭାପତି ମନୋଜ ମହାପାତ୍ର, ସଂପାଦକ ନରେଶ ପାଣିଗ୍ରାହୀ, ଉପସଭାପତି ଚନ୍ଦ୍ରଶେଖର ରଥ ଙ୍କ ସମେତ ଦମନ ପାଢ଼ୀ, ରମେଶ କୁମାର ସାମନ୍ତ,ସମନାଥ ରଥ,ଲକ୍ଷ୍ମୀକାନ୍ତ ପାଢ଼ୀ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Welcome to Odisha News24

error: Content is protected !!
%d bloggers like this: