ବେଗୁନିଆପଡା ବଜାରରେ “ମୋ ସ୍ୱାଭିମାନ,ସ୍ୱଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ପାଳିତ

ରିପୋର୍ଟ: ରାକେଶ ମହାରଣା //
ବେଗୁନିଆପଡା,୦୧/୧୨):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ପରିବା ହାଟ, ଷ୍ଟେଟ ବ୍ୟାଙ୍କ ଚତୁର୍ପାଶ୍ୱ, ପଞ୍ଚାୟତ ଆଖପାଖ ଅଞ୍ଚଳ କୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ବ୍ଲକ ତରଫରୁ ଉଦ୍ୟମ କରାଯାଇଛି |

ଏହି ସ୍ୱଛତା ଅଭିଯାନ ରେ ବ୍ଲକ ବିଡିଓ ବେଦବର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱଛତା କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ସହିତ ବେଗୁନିଆପଡା ବ୍ଲକ ଶିକ୍ଷା ଅଧିକାରୀ କମଳା କାନ୍ତ ସାହୁ,ଜନତା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କେ. କାମରାଜୁ ପାତ୍ର ସାନମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ, ଶିକ୍ଷକ, ଛାତ୍ରଛାତ୍ରୀ ଙ୍କ ଉପସ୍ଥିତି ରେ ଷ୍ଟେଟ ବ୍ୟାଙ୍କ, ପରିବା ହାଟ କୁ ସ୍ୱଚ୍ଛ ପରିମଳ ରଖିବା ପାଇଁ ଏହି ଉଦ୍ୟମ କୁ ସ୍ଥାନୀୟ ବାସୀ ଖୁବ ପ୍ରଶଂସା କରିଥିଲେ | ସ୍ୱଛତା ବାର୍ତ୍ତା ନେଇ ବେଗୁନିଆପଡା ବଜାର ରେ ଏକ ପ୍ରଚାର ଗାଡି ବୁଲୁଥିବା ବେଳେ,ଶେଷରେ ପଞ୍ଚାୟତ ଗୃହରେ ସ୍ୱଚ୍ଛ ପରିମଳ ନିମନ୍ତେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: