ସାଧାରଣ ଜନତାଙ୍କ ସ୍ୱର

ବେଆଇନ ଭାବରେ ଚାଲିଛି ଗ୍ରାମ୍ୟ ଜଙ୍ଗଲ ନଷ୍ଟ

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା ,ବୌଦ୍ଧ (୦୩/୦୨): ସବୁଜ ସୁନ୍ଦର ଓଡିଶା ଆମର ଏହାର ଜବାବ ମାଗୁଛି ଆଜି ସରକାରଙ୍କୁ ଜନତା | ଘଟଣା ଘଟିଛି ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଂଚାୟତରେ | ଖେଳ ସ୍କୁଲ ପଡିଆ ନାଁ ରେ ଚାଲିଛି ରାଜନୀତି | ବଳିପଡୁଛି ସାଧାରଣ ଜନତା ଓ ସାମାଜିକ ପରିବେଶ | ପ୍ରଶାସନ କାହିଁକି ନେଉନି ଏହାର ପଦକ୍ଷେପ |

ପ୍ରଶାସନ କେବଳ ଠିକାଦାର ପାଇଁ ନାଁ ସମୂହ ସାମାଜିକ ଜନତାଙ୍କ ପାଇଁ | ପ୍ରଶ୍ନ ବାଚୀ ଉଠିଛି ଆଜି ଧଳପୁର ଗ୍ରାମବାସୀଙ୍କ ମନରେ | କାହାର ବିନା ଅନୁମତିରେ ଗ୍ରାମ୍ୟ ଜଙ୍ଗଲ କୁ ନଷ୍ଟ କରି, ବିନା ସୂଚନା ଫଲକରେ, ମେସିନ ଲଗାଇ ଚାଲିଛି ଖେଳ ପଡିଆ କାମ | ସୂଚନା ପାଇ ପୁରୁଣାକଟ ଫରେଷ୍ଟ ରେଞ୍ଜ ଆଜି ଆସି ସିଜ କରିଛି ମୂଲ୍ୟବାନ ନଷ୍ଟ ହୋଇଥିବା ଗଛ | ବାରମ୍ବାର କାମ ଆରମ୍ଭରୁ ଅଭିଯୋଗ ହୋଇଥିଲେ ମଧ୍ୟ ରାଜନୈତିକ ଚାପରୁ ସମୂହ ଜନସାଧାରଣଙ୍କୁ ପଛରେ ପକାଇ ଚାଲିଛି କାମ | ସରକାରଙ୍କ ୫-T କଣ ଏହାର ଉତ୍ତର ଦେବେ ବୌଦ୍ଧ ପ୍ରଶାସନ | ଏହାର ସଠିକ ତଦାରଖ ନହେଲେ ଆଗାମୀ ଦିନରେ ବୌଦ୍ଧ ଜିଲ୍ଲାପାଳ ଭାବନାରେ ଧାରଣା ଦେବେ ବୋଲି ଅଭିଯୋଗ କରିଛନ୍ତି ଧଳପୁର ଗ୍ରାମବାସୀ |

Welcome to Odisha News24

%d bloggers like this: