ବେଆଇନ ଦାଦନ ଚାଲାଣ- ଜଣେ ଦାଦନଙ୍କ ସନ୍ଦେହ ଜନକ ମୃତ୍ୟୁ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗିର/କଣ୍ଟାବାଞ୍ଜି, ତା୧୨-୧୨): ଜିଲ୍ଲା ତୁରେକେଲା ବ୍ଲକ୍‌ ବାଗବେଲ ଗାଁର କଦମ ମାଝୀଙ୍କ ପୁଅ ଲବ ମାଝୀ (୪୦) ଦାଦନ ଖଟିବାକୁ ରାଜ୍ୟ ବାହାର ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ତାଙ୍କ ଗାଁର ଲକ୍ଷ୍ମଣ ପୁଟା ତାଙ୍କୁ ସେଠାକୁ ପଠାଇଥିଲେ ଓ ଆଗୁଆ ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଦାଦନ ଦଲାଲ ଓ ସର୍ଦ୍ଦାର ବିନା ସିକୃତୀ ପ୍ରାପ୍ତ ହୋଇ ଶ୍ରମିକ ଚାଲାଣ କରିଥିଲେ ।ଉକ୍ତ ଆନ୍ଧ୍ରପ୍ରଦେଶର ଇଟାଭାଟିରେ ସେ ଟ୍ରାକ୍ଟର ଚାଳକ ଭାବେ ନିୟୋଜିତ ରହି କାମ କରିଆସୁଥିଲେ ।

ସେ ଇଟା ଭାଟିରେ କାମ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଲେ। ହେଲେ ସେ ଯିବାର ଏକ ମାସ ନ ପୂରୁଣୁ ନ ପୂରୁଣୁ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ପରିବାର ଲୋକେ ସେଠାରୁ ଶବ ଆଣି ଶେଷକୃତ୍ୟ କରିସାରିଛନ୍ତି। ତାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ବାପା କଦମ ମାଝୀ, ସ୍ତ୍ରୀ ପଦ୍ମା ମାଝୀ, ପୁଅ କୁମର ମାଝୀ ଏବଂ ଝିଅ ଅଞ୍ଜଳି ମାଝୀ ଅସହାୟ ହୋଇପଡ଼ିଛନ୍ତି। ଏ ନେଇ ତୁରେକେଲା ଥାନାରେ ଏକ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଲବଙ୍କ ବାପା କଦମ । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ଦେବାକୁ ସେ ଦାବି କରିଛନ୍ତି। ତୁରେକେଲା ବ୍ଲକ୍‌ରେ ଘଟିଥିବା ଏହି ଘଟଣା ପୁଣି ଥରେ ଦାଦନ ଦୁଃଖ କଥା ମନେ ପକାଇ ଦେଇଛି । ଇତି ମଧ୍ୟରେ ଏହି ବେଆଇନ ଦାଦନ ଚାଲାଣ ବଲାଙ୍ଗୀର ଜିଲ୍ଲାରୁ କରାଯାଉଥିବା ବେଳେ ଇତି ମଧ୍ୟରେ ଏକ ନାବାଳିକା ଝିଅ ନିଖୋଜ ହୋଇଯାଇଥିବା ମାମଲାର ଆଜି ସୁଦ୍ଧା କୌଣସି ପୋଲିସକୁ ସୁରାଖ ମିଳିପାରି ନାହିଁ । ସରକାରୀ ଭାବେ ଏହି ବେଆଇନ ଦାଦନ ଶ୍ରମିକ ଚାଲାଣ ହୋଇ ଚାଲିଛି । ପ୍ରକାଶ ଯେ ଯଦି ଉକ୍ତ ଦାଦନ ସର୍ଦାରଙ୍କ ଲାଇସେନ୍ସ ବା ସିକୃତି ପ୍ରାପ୍ତ ହୋଇଥାନ୍ତେ ତେବେ ବୀମା ଓ ଅନ୍ୟ ସରକାରୀ ସୁବିଧା ସୁଯୋଗ ମିଳିପାରିଥାନ୍ତା । ବର୍ତ୍ତମାନ ଉକ୍ତ ପରିବାର ପ୍ରତି ସରକାର ସହାୟତା ପ୍ରଦାନ କରିବା ସହ ଏ ଦିଗରେ ଶ୍ରମିକ ଚାଲାଣ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହେଉଛି।

Welcome to Odisha News24

error: Content is protected !!
%d bloggers like this: