ବେଆଇନ ଚୋରା ରତ୍ନ ପଥର ବ୍ୟବସାୟୀଙ୍କୁ ଠାବ କରିବ କ୍ରାଇମ ବ୍ରାଞ୍ଚ

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୦୭-୧୨): ଓଡ଼ିଶାର କିଛି ବ୍ୟବସାୟୀ ଓ ଅନ୍ୟ ରାଜ୍ୟର ବ୍ୟବସାୟୀ ମିଶି ରତ୍ନ ପଥର ବେଆଇନ କାରବାର ଚାଲୁଥିବା ନେଇ କ୍ରାଇମବ୍ରାଞ୍ଚ ତରଫରୁ ସୂଚନା ମିଳିଛି । ରାୟଗଡା କ୍ରାଇମବ୍ରାଞ୍ଚ ଏସଟିଏଫର ୫ଜଣିଆ ଟିମହାତରେ ଧରାପିଡ଼ିଛି ଜଣେ ରନ୍ନ ପଥର ବେପାରୀ ।

ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ଯୋଜନା କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ବିପୁଳ ପରିମାଣର ମୂଲ୍ୟବାନ ପଥର ଜବତ କରାଯାଇଛି । ରାୟଗଡା ସହର ଜଗନ୍ନାଥ କମ୍ପ୍ଲେକ୍ସର ଏକ ଘରେ ବିପୁଳ ପରିମାଣର ରନ୍ନପଥର ଗଛିତଥିବା ଖବରପାଇ କ୍ରାଇମବ୍ରାଞ୍ଚ ଏସଟିଏଫ ଆଜିସଖାଳେ ଛଡାଉ କରିଥିଲା । ଛଡାଉ ବେଳେ ଚୋରା ଚାଲାଣକାରୀ ନିଜ କାରରେ ରଖିଥିବା ଦୁଇଟି ବସ୍ତାରେ ବିଭିନ୍ନ କିସମର ୧୫୧ କିଲୋ ରତ୍ନ ପଥର ଜବତ ହୋଇଛି । ଯାହାର ଅନୁମାନ ମୂଲ୍ୟ ୧କୋଟି ୫୦ଲକ୍ଷ ଟଙ୍କା ହେବବୋଲି କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଅନୁମାନ କରିଛି । ତେବେ ଏହି ରତ୍ନ ପଥର କାରବାର ରେ ସମ୍ପୃକ୍ତ ଅନ୍ୟ ବ୍ୟବସାୟୀ ମାନଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: