ବେଆଇନ ଗଞ୍ଜେଇ ଚାଲାଣ ବେଳେ କାର ସହ ୩ ଗିରଫ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୧୦ /୨): ପୁଣି ଖାକିରେ କଳଙ୍କ l ଗତ କାଲି ଫୁଲବାଣୀ ଥାନା ଅଂଚଳ ରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଜଣେ ପୁଲିସ କନେଷ୍ଟବଳ ଗିରଫ ହୋଇ ଥିବା ବେଳେ ଆଜି ବାଲିଗୁଡା ଥାନା ଅଞ୍ଚଳ ରୁ ଜଣେ ହୋମଗାର୍ଡ ଗିରଫ ହୋଇ ଛନ୍ତି | ବେଆଇନ ଗଂଜେଇ ଚୋରା ଚାଲାଣ ନେଇ ଜଣେ କାର୍ଯ୍ୟରତ ହୋମ ଗାର୍ଡ କୁ ଗିରଫ କରିଛି ବାଲିଗୁଡା ପୋଲିସ l

ଗିରଫ ପୋଲିସ ହୋମ ଗାର୍ଡ ହେଲେ କଟକ ଜିଲ୍ଲା ସାଲେପୁର ଥାନା ର କ୍ଷୀରଦ କୁମାର ସାହୁ l ସୂଚନା ଅନୁଯାୟୀ ସାଲେପୁର ଥାନା ର ହୋମ ଗାର୍ଡ କ୍ଷୀରଦ ଗଂଜେଇ ଚାଲାଣ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଂଚଳର ଗଂଜେଇ ମାଫିଆ ଙ୍କ ସହ ହାତ ବଢ଼ାଇଥିଲେ l ପରେ ବାଲିଗୁଡା ରୁ ବାହାରକୁ ଚାଲାଣ କରିବାକୁ ଯୋଜନା କରୁଥିବା ବେଳେ ଉଦ୍ୟମ କୁ ପଣ୍ଡ କରିଛି ବାଲିଗୁଡା ପୋଲିସ l ବାଲିଗୁଡା ଥାନା କାମ୍ପପଡା ନିକଟ ରୁ ପେଟ୍ରୋଲିଙ୍ଗ ରେ ଯାଇଥିବା ଥାନା ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ଙ୍କ ନେତୃତ୍ୱ ରେ ଏକ କାର ସହ ଚାଳିଶ କିଲୋ ସାତ ଶହ ଗ୍ରାମ ଗଂଜେଇ କୁ ଜବତ କରିଛି ବାଲିଗୁଡା ପୋଲିସ l ଏହି ଘଟଣା ରେ ବାଲିଗୁଡା ଥାନା ବାଲିସୁଗା ଗାଁ ର ପୂର୍ଣ୍ଣ ଚନ୍ଦ୍ର ମଳିକ ଓ ମାଦିନାଟ ଗାଁ ର ଶଶୀ ମଳିକଙ୍କ ସହ ହୋମ ଗାର୍ଡ କ୍ଷୀରଦ କୁମାର ସାହୁକୁ ଗିରଫ କରାଯାଇଥିବା ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି l ବାଲିଗୁଡା ଥାନା କେସ ୧୫ /୨୧ରେ ମାମଲା ରୁଜୁ ହୋଇଛି | ଏହି ଘଟଣାର ଥାନା ଏସଆଇ ଦିପକ ରାଉତ ତଦନ୍ତ ଚଳାଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: