ବୃଦ୍ଧଙ୍କ ହାତ ଧରି ରାସ୍ତା ପାର କଲେ ଟ୍ରାଫିକ ପୋଲିସ

ରିପୋର୍ଟ: ସନ୍ତୋଷ ନାୟକ //
କଟକ,ତା୧୫-୧୨): ଆଗରୁ ଅନେକ ଥର ଟ୍ରାଫିକ୍ ପୋଲିସ ଲୋକଙ୍କୁ ସାହାଯ୍ୟ କରିବାର ଉଦାହରଣ ରହିଛି । ଟ୍ରାଫିକ୍ ନିୟମ ଉଲଙ୍ଘନ କଲେ ଟ୍ରାଫିକ୍ ପୋଲିସ ଯେପରି କଡାପଣ ଦେଖାନ୍ତି, ଅସୁବିଧା ସମୟରେ ଲୋକଙ୍କ ପାଖରେ ସେମିତି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ଜଣେ ଦାୟିତ୍ଵବାନ ବ୍ୟକ୍ତିତ୍ୱ ହିସାବରେ ସେମାନେ ସର୍ବଦା ସାଧାରଣ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଆସିଛନ୍ତି । ତେବେ ଆଜି ଏଭଳି ଏକ ଦ୍ରୁଶ୍ୟ କଟକ ସହରରେ ଦେଖିବାକୁ ମିଳିଛି । କଟକ ଟ୍ରାଫିକ ପୋଲିସ ହରେକୃଷ୍ନ ଜେନା, ଜଣେ ଅନ୍ଧ ବୃଦ୍ଧ ବ୍ୟକ୍ତିଙ୍କ ହାଥ ଧରି ରାସ୍ତାପାର କରେଇଲେ ।

ସେହିପରି କିଛି ଦିନ ତଳେ ଭୁବନେଶ୍ବର ସ୍ଥିତ ଜାଭିୟର ଛକରେ ମହିଳା ଟ୍ରାଫିକ୍ ପ୍ରିୟଙ୍କା ବରୱା କନେଷ୍ଟବଳ ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କରୁଥିବା ଦେଖିବାକୁ ମିଳିଥିଲା । ସେହି ଫଟୋ ଏବଂ ଭିଡିଓ ଭାଇରାଲ୍ ହେବା ପରେ ସବୁ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଥିଲା । ଭୁବନେଶ୍ଵର ନବୀନ ନିବାସ ନିକଟ ଏୟାରପୋର୍ଟ ଛକରେ ଜଣେ ଟମାଟୋ ବେପାରୀ ଟମାଟୋ ଝୁଡି ସବୁ ନେଇକି ଯାଉଥିବା ବେଳେ ହଠାତ୍ ରୋଡ ମଝିରେ ଓଲଟି ପଡିଥିଲା । ଟମାଟୋ ସବୁ ରୋଡ ମଝିରେ ବିଛେଇ ହୋଇଥିବା ଦେଖି ସେଠାରେ ଥିବା ଟ୍ରାଫିକ୍ ପୋଲିସ ଆସି ସହାୟତାର ହାତ ବଢାଇଥିଲେ । ଟ୍ରାଫିକ୍ ପରିଚାଳନା କରିବା ସହ ଟମାଟୋ ଗୋଟାଇବାରେ ମଧ୍ଯ ସାହାଯ୍ୟ କରିଥିଲେ । ସେହିପରି ଆଉ ଗୋଟିଏ ଦ୍ରୁଶ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିଲା । ତାହା ହେଉଛି ଟ୍ରାଫିକ୍ ପୋଲିସ ରାସ୍ତା ଝାଡୁ କରିବା ଦ୍ରୁଶ୍ୟ । କଟକ ଶିଖରପୁର ଛକରେ ଜଣେ ପୋଲିସ କର୍ମଚାରୀ ଲୋକଙ୍କ ସୁରକ୍ଷା ଯାତ୍ରା ପାଇଁ ରାସ୍ତାରେ ପଡିଥିବା ଗୋଟି ମାଟି କୁ ଝାଡୁ କରିଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ବହୁ ମାତ୍ରାରେ ଭାଇରାଲ୍ ହୋଇଥିଲା । ତାଙ୍କ ନାମ ହେଉଛି ଲଳିତ ମୋହନ ରାଉତ । କଟକ ଟାଉନ ଟ୍ରାଫିକ୍ ରେ ସେ କାମ କରନ୍ତି । ଓଡିଶା ବାହାରେ ମଧ୍ଯ ତାଙ୍କୁ ପ୍ରଶଂସା କରାଯାଇଥିଲା । ଏଥିସହିତ କଟକରେ ଜଣେ ବୃଦ୍ଧ ମହିଳା ପ୍ରବଳ ବର୍ଷାରେ ଓଦା ଛତା ଦେଖାଇ ଉକ୍ତ ବୃଦ୍ଧ ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥାନରେ ଛାଡିଥିଲେ।

Welcome to Odisha News24

error: Content is protected !!
%d bloggers like this: