ବୁଡ଼ାଗୁଡା ଧାନ ମାଣ୍ଡିରେ ଟ୍ରାଫିକ ଜାମ, ଯାତ୍ରୀ ଉତ୍ତେଜନା

ୱେବ ରିପୋର୍ଟର – ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା-୨୦-୧ ): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଧାନ ମାଣ୍ଡି ଠାରେ ଟ୍ରାଫିକ ଜାମ ହୋଇଥିବାରୁ ଯାତ୍ରୀ ମାନଙ୍କୁ ଯିବା ଆସିବା ପାଇଁ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି। ବୁଡ଼ାଗୁଡା ଧାନ ମାଣ୍ଡି ସୋମବାର ଓ ବୁଧବାର ହୋଇଥିବାରୁ ଆଜି ବୁଡ଼ାଗୁଡା ଠାରେ ହଜାର ହଜାର କୁଇଣ୍ଟାଲ ଧାନ ଧରି ଚାଷୀ ମାନେ ଧାନ ମାଣ୍ଡି ରେ ଗାଡି ଗୁଡିକୁ ଲାଇନ ଲଗାଇ ଥିବାରୁ ମୁଖ୍ୟ ରାସ୍ତା ରାୟଗଡା ଠାରୁ କଲ୍ୟାଣ ସିଂହପୁର ଯିବା ଆସିବା ରାସ୍ତା ଜାମ ହୋଇଥିଲା।

ରାସ୍ତା ଜାମ ହେବା ଦ୍ବାରା ଯାତାୟତ କରିବା ପାଇଁ ଯାତ୍ରୀ ମାନଙ୍କୁ ବାଧା ହେଉଥିବା ଜଣାପଡିଛି। ଯାତ୍ରୀ ମାନଙ୍କୁ ବାଧା ପ୍ରାପ୍ତ ହେବାରୁ ଉତେଜିତ ହୋଇଥିଲେ। ଉକ୍ତ ଧାନ ମଣ୍ଡି ରେ ଅନିୟମିତତା କରାଯାଉଥିବା ହେତୁ ଚାଷୀ ମାନେ ନିଜ ନିଜ ହିସାବରେ ମୁଖ୍ୟ ରାସ୍ତାରେ ଉପରେ ଗାଡି ଗୁଡିକ ରଖିବା ଦ୍ଵାରା ମୁଖ୍ୟ ରାସ୍ତା ଜାମ ହେଉଛି। ମୁଖ୍ୟ ରାସ୍ତା ଜାମ ହେବା ଦ୍ବାରା କଲ୍ୟାଣ ସିଂହପୁର ଠାର ରାୟଗଡା ଯାତାୟାତ ପାଇଁ ଯାତ୍ରୀ ମାନଙ୍କୁ ବାଧା ହେଉଥିବା ସାଧାରଣ ରେ ଅଭିଯୋଗ ହେଉଛି। ଏହିପରି ଧାନ ମାଣ୍ଡି ରେ ନୀୟ ମିତତା ନ କରନ୍ତି ତେବେ କେବେ ନା କେବେ ମୁଖ୍ୟ ରାସ୍ତା ଜାମ ହେବା ଦ୍ଵାରା ଦୁର୍ଘଟଣା ଘଟିପାରେ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ଦାୟୀ ରହିବେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଆର ଏମ ସି କର୍ତ୍ତୃପକ୍ଷ ଙ୍କୁ ବୁଯିବାକୁ ପଡିବ ଯେ ନୀୟମିତତା କଲେ ଟୋକନ ଦାରୀ ମାନ ଙ୍କୁ ସୁବିଧା ହେବା ସହ ମୁଖ୍ୟ ରାସ୍ତା ଜାମ ହେବ ନାହିଁ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ କଲ୍ୟାଣ ସିଂହପୁର ଥାନା ଏସ ଆଇ ରଞ୍ଜନ ନାଗ ବୁଝାସୁଝା କରିଥିଲେ।

Welcome to Odisha News24

error: Content is protected !!
%d bloggers like this: