ବୁଟିଗୁଡାରେ ସ୍ୱାସ୍ଥ୍ୟ ଆମ୍ବାସିଡର ତାଲିମ ଶିବିର ଅନୁଷ୍ଠିତ

ୱେବ ରିପୋର୍ଟର : ଅସୀମ ବିଶ୍ୱାସ //
ମାଲକାନଗିରି (୨୧/୦୧): ମାଲକାନଗିରି ଜିଲ୍ଲା ସରକାରୀ ଏମ.ଇ.ବିଦ୍ୟାଳୟ ବୁଟିଗୁଡାରେ ମାଲକାନଗିରି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଆୟୁଷ୍ମାନ ଭାରତ ଯୋଜନାରେ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ପାଞ୍ଚ ଦିନିଆ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସିଡର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି |

ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ, ବିପିଏମ, ବ୍ଲକ ସ୍ତରୀୟ ଟ୍ରେନର ଉପସ୍ଥିତ ରହିଥିଲେ | ଏହି ତାଲିମ ରେ ପ୍ରଥମ ପର୍ଯ୍ୟାୟରେ ୩୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସିଡର ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଏଥିରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସିଡର ଯାଇ ପ୍ରତ୍ୟେକ ଶ୍ରେଣୀରୁ ଦୁଇ ଜଣ ଛାତ୍ରଛାତ୍ରୀ ବାର୍ତାବହ ନିଯୁକ୍ତି କରି ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କ ବିଷୟରେ ସଚେତନତା ସୃଷ୍ଟି କରାଯିବ | କାର୍ଯ୍ୟକ୍ରମରେ ୧୦ ରୁ ୧୯ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାଧ୍ୟମରେ ସ୍ୱାସ୍ଥ୍ୟ ପ୍ରତି ସମ୍ପର୍କିତ ସଚେତନତା ସୃଷ୍ଟି କରାଯିବ | ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ଆଣିପାରିଲେ ଏକ ସୁସ୍ଥ ସମାଜ ପ୍ରତି ଛାତ୍ରଛାତ୍ରୀ ଅଗ୍ରସର ହେବେ |

Welcome to Odisha News24

error: Content is protected !!
%d bloggers like this: