ବୀର ସାବରକରଙ୍କ ଜୟନ୍ତୀରେ ଶୁଖିଲା ଖାଦ୍ୟ ବଣ୍ଟନ

ରିପୋର୍ଟ: ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର:(୨୮/୦୫): ଦେଶର ମହାନ ବୀର ସାବରକର ଙ୍କ ପବିତ୍ର ଜୟନ୍ତୀ ଅବସର ରେ ବୁକୁରାମୁଣ୍ଡା ବୀର ସାବରକର ଯୁବକ ସଂଘର ସମସ୍ତ ସଦସ୍ୟ କିଛିକିଛି ଟଙ୍କା ନିଜନିଜ ଭିତରେ ଅସୁଲ କରି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ |

ସେମାନଙ୍କ ସହ ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମାନ ଫକିର ସାହୁ ଅବଶିଷ୍ଟ କିଛି ରାଶି ପ୍ରଦାନ କରି ଆଜିର ପବିତ୍ର ଦିବସରେ ବୁକୁରାମୁଣ୍ଡା ଗ୍ରାମର କେତେକ ଅସହାୟ ବେସାହାରା ବ୍ୟକ୍ତିଙ୍କୁ ଏଇ ମହାମାରୀ ଦୁର୍ବିପାକ ସମୟରେ ଶୁଖିଲା ଖାଦ୍ୟ ବଣ୍ଟନ କରି ତାଙ୍କ ମୁହଁରେ ଚେନାଏ ହସ ଫୁଟେଇ ପାରିଥିବାରୁ ଜନସାଧାରଣରେ ବେଶ ପ୍ରଶଂସିତ | ଆଗକୁ ଏ ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଘ ର ସଦସ୍ୟ ମାନଙ୍କ ଠାରୁ ପ୍ରକାଶ |

Welcome to Odisha News24

error: Content is protected !!
%d bloggers like this: