ବୀରମହାରାଜପୁର ପୋଲିସ ଦ୍ୱାରା ଏକ କ୍ୱିଣ୍ଟାଲ ଗଂଜେଇ ଜବତ, ଅଭିଯୁକ୍ତ ଫେରାର

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୁବର୍ଣ୍ଣପୁର (୨୯/୦୫): ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ପୁଲିସ ପକ୍ଷରୁ ଗଂଜେଇ ଜବତ । ଏକ ନମ୍ବର ବିହୀନ ହୁଣ୍ଡେଇ କାର ଭିତରୁ ଏକ କ୍ୟୁଣ୍ଟାଲ ଗଞ୍ଜାଇ ସହ ଗାଡି ଜବତ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ବିଟ ହାଉସ,ଆଗରେ ପୋଲିସ ଦେଖି ଭୟରେ ଉକ୍ତ ଗାଡିଟି ଟୋଲ ଗେଟରେ ଧକ୍କା ଦେଇ ପଳେଇବା ପାଇଁ ଚେଷ୍ଟା କରୁଥିଲା |

ସନ୍ଧେହରେ ବିରମହାରାଜପୁର ପୋଲିସ ଉକ୍ତ ଗାଡିକୁ ଗୋଡେଇଲା ପରେ ଭୟରେ ରାସ୍ତା ନ ପାଇ ବିରମହାରାଜପୁର ଥାନା ଅନ୍ତର୍ଗତ ସହରୀପାଲି ଗାଁ ଭିତରକୁ ଗାଡ଼ଟି ପୁରେଇ ଦେଇ ସେଠାରେ ଗାଡ଼ଟି ଛାଡ଼ି ଚମ୍ପଟ ମାରିଥିଲା ଅଭିଯୁକ୍ତ। ଆଳୁ ଖୋଳୁ ମହାଦେବ ବାହାରିଲା ଭଳି ଉକ୍ତ ଗାଡ଼ିରେ ଏକ କୁଇଣ୍ଟାଲ ଗଞ୍ଜେଇ ବାହାରି ଥିଲା । ଘଟଣା ସ୍ଥଳରେ ବିରମହାରାଜପୁର ଏସ୍. ଡି. ପି. ଓ, ଥାନା ଅଧିକାରୀ, ସମସ୍ତେ ପହଞ୍ଚି ଭୋର ସକାଳ ୪ଟାରେ ଗ୍ରାମବାସିଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରି ଗାଡ଼ିଟିକୁ ବିରମହାରାଜପୁର ଥାନାକୁ ନିଆଯାଇଛି । ଏହି ଗଞ୍ଜେଇର ଅନୁମାନିକ ମୁଲ୍ୟ ପାଞ୍ଚ ଲକ୍ଷ ହେବ ବୋଲି ଜଣା ପଡ଼ିଛି ଏବଂ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ଅନୁସଂଧାନ ଯାରିରଖିଛି।

Welcome to Odisha News24

error: Content is protected !!
%d bloggers like this: