ବି.ଜେ.ପି କାର୍ଯ୍ୟକର୍ତା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୋନପୁର (୨୩/୦୫): ବି.ଜେ.ପି କାର୍ଯ୍ୟକର୍ତା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସଟ୍ ଡାଉନ ସମୟରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ରୋଗୀଙ୍କ ପରିଜନ ଲୋକଙ୍କୁ ମୁଠିଏ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଛି।

ଏଥିସହିତ ଡାକ୍ତରଖାନାରେ କାର୍ଯ୍ୟାରତ କରୋନା ଜୋଦ୍ଧାମାନଙ୍କୁ ଗରମ ରନ୍ଦା ଖାଦ୍ୟ ଯୋଗାଇଦିଆଯାଇଛି।କେଶରୀଆ ହିନ୍ଦୁ ବାହିନୀର ରାଜ୍ୟସଭାପତି ଶ୍ରୀ ସନ୍ତୋଷ ଭୋଳ, ବିଜେପିର ବରିଷ୍ଠ ନେତା ଓକିଲ ଶ୍ରୀ ବଳଦେବ ବେଡ଼ବାକ, କେଶରୀଆ ଜିଲ୍ଲା ସଭାପତି ଶ୍ରୀ ବ୍ୟାସଦେବ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ନଗର ସଭାପତି ଶ୍ରୀ ଶରତ ମହାପାତ୍ର, ଜିଲ୍ଲା ସଦସ୍ୟ ଶ୍ରୀ ମାନସ ମିଶ୍ର ପ୍ରମୁଖ କୋଭିଡ ପ୍ରଟୋକଲ ପାଳନ ପୂର୍ବକ ଗରମ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ପ୍ରତ୍ୟେକ ଶନିବାର ଓ ରବିବାର ଏହିପରି ଖାଦ୍ୟ ବଣ୍ଟନ କରାଯିବ ବୋଲି ଶ୍ରୀ ବଲଦେଵ ବେଦବାକ ଓ ଶ୍ରୀ ବ୍ୟାସଦେବ ମିଶ୍ର ପ୍ରକାଶ କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: