ବିଷ ପିଇ ଯୁବକର ମୃତ୍ୟୁ, କଲ୍ୟାଣସିଂହପୁର

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣସିଂହପୁର (ତା-୧୯/୪): ରାୟଗଡା ଜିଲ୍ଲାକଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର କଦଳୀ ଚୁଆଁଗାଁର ଯୁବକ ପ୍ରାସ୍କା ଦାସୀ ୪୫ ବିଷ ପିଇ ମୃତ୍ୟୁ ହୋଇଥିବାପୁଲିସ ପକ୍ଷରୁ ଜଣାପଡିଛି ।ପଲିସ କହିବା ଅନୁଯାୟୀ ପ୍ରାସ୍କା ଦାସୀ ଓ ସ୍ତ୍ରୀ ପ୍ରାସ୍କା ପାର ଦୁହେଁ ରବିବାର ଦିନ ଶିଖରପାଇ ଏକ ବିବାହ ଭୋଜି ଖାଇବାକୁ ଯାଇଥିଲେ ।ସେଠାରୁ ସ୍ତ୍ରୀ ପାର ଭୋଜି ଖାଇ ଶୀଘ୍ର ଘରକୁ ଚାଲିଆସିଥିଲେ ।

ସ୍ୱାମୀ ଦାସୀ ମୃତ୍ୟୁ ଭୋଜି ଖାଇ ସନ୍ଧ୍ୟା ୬ଟା ବେଳେ ଘରକୁ ଆସିଲା ।ସେତେବେଳେ ସ୍ତ୍ରୀ ପାର କହିଲେ ତୁ କିଛି କାମଧନ୍ଦା କରୁନୁ ।ଖାଲି ମଦ ପିଇ ବୁଲୁଚୁ ।ତୁ ଆସିବ ଭିତରେ ବାଡ଼ ରେ ଛେଳି ପଶି ସବୁ ଫସଲ ଖାଇଦେଇଛି ବୋଲି ସ୍ତ୍ରୀ ସ୍ଵାମୀ ଉପରେ ବିରକ୍ତ ହୋଇଥିଲା ।ମଦ ନିଶାରେ ଥିବା ବେଳେ ବିଷ ପିଇ ଦେଇଥିଲା ।ଏହାକୁ ପରିବାର ଲୋକେ ଜାଣି ଗ୍ରାମବାସୀ ସାହାଯ୍ୟରେ ରାତ୍ର ୯ ଘଣ୍ଟା ସମୟରେ ସ୍ଥାନୀୟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଡାକ୍ତର ଚିକିତ୍ସା କରୁଥିବା ବେଳେ ୯.୩0 ସମୟରେ ମୃତ୍ୟୁବରଣ କରିଥିଲା ।ଏହା କୁ ନେଇ ଥାନାରେ ଏସ ଆଇ ଡି କେ ସାହୁ ଶବ ଜବତ କରିଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ କରୁଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: