ସାଧାରଣ ଜନତାଙ୍କ ସ୍ୱର

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ଶିଳ୍ପରେ ଭୁଲିଆ କାରୀଗର ଉପେକ୍ଷିତ କାହିଁକି ?

bdcda789 8f71 491f aba6 38688b845f6eଉପସ୍ଥାପନା : ନିରଞ୍ଜନ ତ୍ରିପାଠୀ //
ରାଜବୋଡାସମ୍ବର(ପଦ୍ମପୁର), ବରଗଡ (୨୮/୦୪): ସାରା ବିଶ୍ବରେ ଖ୍ୟାତି ଅର୍ଜନ କରିଥିବା ହସ୍ତତନ୍ତ ରେ ବୁଣାଯାଉଥିବା ବସ୍ତ୍ର, ସମ୍ବଲପୁରୀ ବସ୍ତ୍ର ରୂପେ ପରିଚିତ | ଦେଶ,ବିଦେଶ ଏପରିକି ସାରା ପୃଥିବୀ ର କୋଣ ଅଣୁକୋଣ ରେ ଏହି ହସ୍ତତନ୍ତ ନିର୍ମିତ ସମ୍ବଲପୁରୀ ବସ୍ତ୍ର ଭାରତ ବର୍ଷ ର ଓଡିଶାରାଜ୍ୟ ର ସମ୍ବଲପୁର, ସୋନପୁର,ବରଗଡ, ବଲାଙ୍ଗୀର ଆଦି ଜିଲ୍ଲାର ଭୁଲିଆ ସମାଜ କାରୀଗରଙ୍କ ଦ୍ୱାରା ନିର୍ମିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଭୁଲିଆ କାରୀଗର ଙ୍କ ଦ୍ଵାରା ହସ୍ତତନ୍ତ ରେ ଚୟନ କରାଯାଏ | ଏହି ହସ୍ତତନ୍ତ କୁ ମଙ୍ଗା କୁହାଯାଏ | ବିଭିନ୍ନ କିସମର ସୂତା ଦ୍ୱାରା ବିଭିନ୍ନ ପ୍ରକାର କପଡା ଏହି ମଙ୍ଗା ସାହାଯ୍ୟ ରେ ବୟନ କରାଯାଏ |

ବିଶେଷ କରି ପାଟ,ମିଠା,ବାପ୍ତା ଏବଂ ସମ୍ବଲପୁରୀ ଶାଢ଼ୀ ଏହି କାରୀଗର ମାନଙ୍କ ମୂଖ୍ୟ ଆକର୍ଷଣ | ମୂଲ୍ୟବାନ ପାଟ,ଦାମୀ ଦାମୀ ଶାଢ଼ୀ ସାରା ବିଶ୍ବରେ ଗୈାରବ ଆଣିପାରିଛି ସମ୍ବଲପୁରୀ ବସ୍ତ୍ରାଳୟର | ଖ୍ୟାତି ଅର୍ଜନ କରିପାରିଛି ଏହି ମଙ୍ଗାରେ ବୁଣା ଯାଉଥିବା ହାତ ତିଆରି ବସ୍ତ୍ର | ଶାଢ଼ୀ ବ୍ୟତିତ ଏହି ହାତ ମଙ୍ଗାରେ ଲୁଙ୍ଗି,ସାର୍ଟକନା,ବେଡଶିଟ୍,ବ୍ଳାଉଜ ପିସ୍,ଆଦି ବୁଣା ଯାଉଥିଲେ ମଧ୍ୟ ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିଛି ଏମାନଙ୍କ ଦ୍ୱାରା ନିର୍ମିତ ପାଟଶାଢ଼ୀ ଓ ସମ୍ବଲପୁରୀ ଶାଢ଼ୀ | ଏହା ସ୍ୱତନ୍ତ୍ର ପରିଚୟ ଦିଏ ପଶ୍ଚିମାଞ୍ଚଳ ର ସମ୍ବଲପୁରୀ ବସ୍ତ୍ରାଳୟର | ଦେଶର ବିଭିନ୍ନ ରାଜ୍ୟ ସାଙ୍ଗକୁ ବିଦେଶ କୁ ରପ୍ତାନି କରାଯାଇଥାଏ ରଙ୍ଗବେରଙ୍ଗ ର ପାଟଶାଢ଼ୀ, ସମ୍ବଲପୁରୀ ଶାଢ଼ୀ ଯାହାକି ଓଡ଼ିଶା ରାଜ୍ୟ ସରକାର ଙ୍କ ଗୈାରବ କୁ ବେଶ ଉର୍ଦ୍ଧ କୁ ଉନ୍ନିତ କରେ ଏବଂ ଦିଏ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ | ଓଡିଶା ସରକାର ଙ୍କ ଏଥିପାଇଁ ଏକ ସ୍ବତନ୍ତ୍ର ବିଭାଗ ରହିଛି ତଦାରଖ କରିବାପାଇଁ ତାହା ହେଉଛି ହସ୍ତତନ୍ତ ଏବଂ ବୟନ ଶିଳ୍ପ ବିଭାଗ |ଏହି ବିଭାଗ ପାଇଁ ଜଣେ ସ୍ଵତନ୍ତ୍ର ମନ୍ତ୍ରୀ ମଧ୍ୟ ନିୟୋଜିତ ଅଛନ୍ତି | ରହିଛନ୍ତି ମାଳମାଳ କର୍ମଚାରୀ ଏବଂ ଅଧିକାରୀ | ଅଜସ୍ର ଅର୍ଥ ମଧ୍ୟ ବରାଦ ହେଉଛି ଏହି ବିଭାଗର ଉନ୍ନତି ସାଧନ ନିମନ୍ତେ | ରାଜକୋଷ ରୁ ଖର୍ଚ୍ଚ ମଧ୍ୟ ହେଉଛି ବିପୁଳ ଅର୍ଥ | କେତେକ ଅଧିକାରୀ, ମନ୍ତ୍ରୀ ନେତାଙ୍କ ଉନ୍ନତି ସାଧନ ମଧ୍ୟ ହେଉଛି ଏହି ବିଭାଗରେ ବରାଦ କରାଯାଉଥିବା ଅର୍ଥ ରୁ କିନ୍ତୁ ଉପଯୁକ୍ତ ପାରିଶ୍ରମିକ ରୁ ବଞ୍ଚିତ ଏହି ଶିଳ୍ପ ର ପ୍ରକୃତ କାରୀଗର | ଆଖୁଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ ଏହି ହସ୍ତତନ୍ତ ଶିଳ୍ପ ର ଭୁଲିଆ କାରୀଗରଙ୍କର |ସରକାର ଅନେକ ଆର୍ଥିକ ସହାୟତା ମଞ୍ଜୁର କରିଥାନ୍ତି ଏହି ଶିଳ୍ପ ର କାରୀଗର ଙ୍କ ପାଇଁ କିନ୍ତୁ ତାହା ଅପହଞ୍ଚ ଏହି ଶିଳ୍ପ ର ପ୍ରକୃତ ହିତାଧିକାରୀ ଙ୍କ ପାଖକୁ କାରଣ,ବାଟ ମାରଣା ହୁଏ ଅଧ ବାଟରୁ | କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଶେଷଙ୍କ ଦ୍ଵାରା | ଉଦାସୀନ ମଧ୍ୟ ସରକାର |weaver 1

ସମ୍ବଲପୁରୀ ବସ୍ତ୍ର ର ମୁଖ୍ୟ କେନ୍ଦ୍ର ରହିଛି ବରଗଡ ଠାରେ | ଏହିକେନ୍ଦ୍ର ରୁ ସମ୍ପୁର୍ଣ୍ଣ ସମ୍ବଲପୁରୀ ବସ୍ତ୍ରାଳୟ ପରିଚାଳିତ ହୁଏ | ହସ୍ତତନ୍ତ ବୟନଶିଳ୍ପ ର କାର୍ଯ୍ୟକ୍ରମ ଓଡ଼ିଶା ସମସ୍ତ ଜିଲ୍ଲା ରେ କାର୍ଯ୍ୟ କରୁଥିଲେ ମଧ୍ୟ ବରଗଡ କେନ୍ଦ୍ର ଅଧିନରେ ନିର୍ମିତ ବସ୍ତ୍ର ହିଁ ସମ୍ବଲପୁରୀ ବସ୍ତ୍ର ର ମାନ୍ୟତା ଓ ପରିଚୟ ପାଇଥାଏ | ବରଗଡ ଠାରେ କରାଯାଉଥିବା ରଙ୍ଗର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି | ଏଠାରେ କରାଯାଉଥିବା ରଙ୍ଗ ଛାଡ଼ିବା କିମ୍ବା ଫିକା ପଡ଼ିବାର ପ୍ରଶ୍ନ ନାହିଁ | ତେଣୁ ଏହାର ସ୍ରଷ୍ଟା ସ୍ୱର୍ଗତ କୃତାର୍ଥ ଆଚାର୍ଯ୍ୟ ଙ୍କୁ ଦିଆଯାଇଛି ପଦ୍ମଶ୍ରୀ ଉପାଧି | ତାଙ୍କରି ନାମରେ ଏହି ସମ୍ବଲପୁରୀ ବସ୍ତ୍ରାଳୟର ନାମକରଣ ମଧ୍ୟ “ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ସମ୍ବଲପୁରୀ ବସ୍ତ୍ରାଳୟ” ରଖାଯାଇଛି |

ଏତ ଗଲା ପରିଚୟ ବସ୍ତ୍ରାଳୟର | କିନ୍ତୁ ଯେଉଁ ମାନଙ୍କ ପରିଶ୍ରମ ରେ ଏହି ଅନୁଷ୍ଠାନ ଚାଲେ, ଯେଉଁ ମାନଙ୍କ ମେହେନତ ରେ ଏହା ଗୈାରବ ଆଣି ପାରିଛି ଆମ ରାଜ୍ୟର, ଜିଲ୍ଲାର, ସେମାନେ ସବୁ କ୍ଷେତ୍ରରେ ଅବହେଳିତ | ଏମାନେ ହେଲେ ଏ ଅଞ୍ଚଳର ଅଗଣିତ ଭୁଲିଆ ସମାଜ | ଏହି ଅନୁଷ୍ଠାନ ର ଖ୍ୟାତି ପାଇଁ ଦିନରାତି କୁ ଏକାକାର କରି କାମ କରନ୍ତି ଭୁଲିଆ ସମାଜର ଆବାଳବୃଦ୍ଧବନିତା | ରଙ୍ଗ କରାଯାଉଥିବା ସୂତା ହେଉ କିମ୍ବା ରଙ୍ଗ କରିବାକୁ ପଡ଼ୁଥିବା ସୂତାର ବାନ୍ଧ ତିଆରି କାମ,ସୂତା କୁ ଗୁଡ଼ାଇ ମୁଣ୍ଡା କରିବା କାମ ହେଉଛି ଏହି ଜାତିର ମହିଳା ମାନଙ୍କର | ରଙ୍ଗ କରାଯାଇ ଆବଶ୍ୟକିୟ ମୁଣ୍ଡା କଲାପରେ କପଡା ର ଲମ୍ବ,ଚଉଡା ପ୍ରକାରେ ଲମ୍ବା ଯାଇ ଏକ ସ୍ୱତନ୍ତ୍ର ବ୍ରସ ସାହାଯ୍ୟ ରେ ମାଜଣା କରାଯାଏ | ଏହାକୁ ପାଜନୀ କୁହାଯାଏ | ପାଜନୀ କରାଯାଇଥିବା ସୂତାମୁଣ୍ଡା କୁ ମଙ୍ଗାରେ ଚଢାଇ ବିଭିନ୍ନ ପ୍ରକାରର ବସ୍ତ୍ର ତିଆରି କରାଯାଏ | ଶାଢୀ ହେଉକି ପାଟ, ଲୁଙ୍ଗି ହେଉକି ବେଡସିଟ ପ୍ରଥମ ଭୁମିକା ରହେ ଭୁଲିଆ ସମାଜର ମହିଳା ମାନଙ୍କର | ଏଥିରେ ପିଲାଛୁଆ ମାନଙ୍କର ସାହାଯ୍ୟ ମଧ୍ୟ ନିଆଯାଇଥାଏ ଏବଂ ପରିବାର ର ସମସ୍ତ ସଦସ୍ୟ ଙ୍କ ପରିଶ୍ରମ ରେ ସମ୍ପୁର୍ଣ୍ଣ ଋପ ଧାରଣ କରେ ଅତି ସୁନ୍ଦର ବସ୍ତ୍ର ତାପରେ ଯାଇଥାଏ ବଜାର କୁ, ଅନୁଷ୍ଠାନ କୁ ସଜାଇ ହେବାପାଇଁ କାଚଡବା ମଧ୍ୟରେ ,ରପ୍ତାନି ହେବାପାଇଁ ଦେଶ,ବିଦେଶକୁ | ଏହି ବସ୍ତ୍ର କୁ ପରିଧାନ କରି ନିଜର ଶୋଭା ବର୍ଦ୍ଧନ ପୂର୍ବକ ଗୈାରବାନ୍ନୀତ ଅନୁଭବ କରନ୍ତି ଧନୀ ଶ୍ରେଣୀୟ ଏବଂ ବାବୁ,ଭାୟାଙ୍କ ପରିବାର ର ମାଁ ଭଉଣୀମାନେ | କିନ୍ତୁ ପଡିରହିଛନ୍ତି ଏହି ଭୁଲିଆ ସମାଜ, ଯେଉଁଠି ଥିଲେ ସେଇଠି | ବିଭାଗୀୟ ଯୋଜନା ତା’ବାଟରେ କେବଳ କାଗଜ କଲମରେ ଚାଲେ | ତାର ଉତ୍ତର ରହିଛି ଏହି ବୟନଶିଳ୍ପ ବିଭାଗ ରେ |handloom c

ସମ୍ବଲପୁରୀ ବସ୍ତ୍ର ଶିଳ୍ପକୁ ଜୀବନ୍ତ ଋପ ଦେଉଥିବା ଏହି ଭୁଲିଆ ସମାଜ କାରୀଗର ଙ୍କ ଉନ୍ନତି ହେଲେ ସିନା ବସ୍ତ୍ରାଳୟର ଭବିଷ୍ୟତ ରହିବ ? ସରକାର ଏମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ ରହିଛି ଏହି ସମ୍ବଲପୁରୀ ବାନ୍ଧ କଳାକୁ ବଞ୍ଚାଇବାପାଇଁ | ଭୁଲିଆ ସମାଜ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଙ୍କ ଠାରୁ ଶୁଣିବାକୁ ମିଳେ ଯେ, ବଂଶାନୁକ୍ରମେ ପୁରାତନ କାଳରୁ କପଡା ବୁଣିବା ଏମାନଙ୍କର କୈଳିକ ବୃତ୍ତି ଅଟେ | ଭୁଲିଆ ପୂର୍ବପୁରୁଷ ମାନେ ଭାରତରେ ବହୁପୁରାତନ କାଳରୁ ବସବାସ କରି ଆସୁଛନ୍ତି | ଆଦିବାସୀ ସଂପ୍ରଦାୟ ଭଳି ଏମାନଙ୍କର ମଧ୍ୟ ଏକ ପ୍ରକାର ସ୍ୱତନ୍ତ୍ର ଭାଷା ଅଛି | ଏମାନଙ୍କ ମଧ୍ୟରେ ଅଠର ଘରିଆ,କୋଡ଼ିଏ ଘରିଆ ଶ୍ରେଣୀ ବିଭାଜନ ଅଛି | ସରକାର ଏହି ସଂପ୍ରଦାୟର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦେବା ସଙ୍ଗେ ସଙ୍ଗେ ବିହିତ ପଦକ୍ଷେପ ନେଲେ ଏହି ସଂପ୍ରଦାୟର ଉତ୍ତୋରୋତ୍ତର ଉନ୍ନତି ଘଟିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ |

Welcome to Odisha News24

%d bloggers like this: