ବିଶିଷ୍ଟ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୦୨/୦୬): ଓଡ଼ିଶାର ପରିଚିତ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତି ପ୍ରାୟ ୩ଟା ବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏସମ୍ପର୍କରେ ତାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି ।

ନନ୍ଦ କିଶୋର କେବଳ ଓଡ଼ିଶାରେ ଜାତୀୟ ସ୍ତରରେ ଅନେକ ଅନ୍ତର୍ଜାତୀୟ ମହିଳା ଫୁଟ୍ବଲ୍ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ମମତା ସାମନ୍ତ, ଜୟନ୍ତୀ ବେହେରା, ସୁଦୀପ୍ତ ସାହୁ, ମାମାଲି ଦାସ ଓ ରୁନୁ ନାୟକଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳିଙ୍କୁ ସେ ସୃଷ୍ଟି କରିଥିଲେ । ଭୁବନେଶ୍ୱରରେ ରାଜ୍ୟର ଗରିବ ଓ ପ୍ରତିଭାବାନ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ସେ ମାଗଣାରେ ଖାଇବା ଓ ରହିବା ବ୍ୟବସ୍ଥା କରାଇଥିଲେ । ରାଜ୍ୟରୁ କିଭଳି ଅଧିକରୁ ଅଧିକ ପ୍ରତିଭାବାନ ଫଟବଲ୍ ଖେଳାଳି ବାହାରିବେ ସେ ଦିଗରେ ସବୁ ବେଳେ ପ୍ରୟାସ କରୁଥିଲେ ସ୍ୱର୍ଗତ ନନ୍ଦ କିଶୋର ।

Welcome to Odisha News24

error: Content is protected !!
%d bloggers like this: