ବିଶାଳପଲିରେ କଂଗ୍ରେସର କର୍ମୀସମ୍ବିଳନୀ ଅନୁଷ୍ଟିତ

ୱେବ ରିପୋର୍ଟର : ଧ୍ରୁବରାଜ ମିଶ୍ର //
ବିନିକା (୨୦/୦୨): ବିନିକା ବ୍ଲକ ବିଶାଳପାଲି ଆମ୍ବତୋଟା ଠାରେ କଂଗ୍ରେସ ର କର୍ମୀସମ୍ବିଳନୀ ବିନିକା ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତାଙ୍କ ଅଧ୍ଯକ୍ଷ୍ୟତାରେ ଅନୁଷ୍ଟିତ ହୋଇଯାଇଛି ।

ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା , ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା , ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା , ସାଧାରଣ ସମ୍ପାଦକ ସନ୍ତୋଷ ପଣ୍ଡା , ଡୁଙ୍ଗୁରିପାଲି ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ମିଶ୍ର ,ବିନିକା ନଗର ସଭାପତି ସୁରେନ୍ଦ୍ର ନାଏକ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ , ସପ୍ନେଶ୍ୱର ପୃଷ୍ଟି , ସଂଗ୍ରାମ କେଶରୀ ନାୟକ , ଜଗନ୍ନାଥ ତ୍ରିବେଦୀ , ବିଶ୍ୱେଶ୍ୱର ସେଠୀ ପ୍ରମୁଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି କୃଷି ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ । ଏହି ଅବସରରେ ବିନିକା ବ୍ଲକ ବିଂଝାଲ ସମାଜ ର ସଭାପତି ବିଜେଡି ଛାଡି କଂଗ୍ରେସ ଦଳ ରେ ଯୋଗଦେଇଛନ୍ତି । ଏହି ସଭାରେ ବରିଷ୍ଠ ନେତା ନରେନ୍ଦ୍ର ସାହୁ ସଂଯୋଜନା କରିଥିବାବେଳେ ଯୁବ ନେତା ପ୍ରଦୀପ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: