ସାଧାରଣ ଜନତାଙ୍କ ସ୍ୱର

ବିଭିନ୍ନ ମନରେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ଶୁଣାଣୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା.୩୦/୧୨) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ପ୍ରକଳ୍ପ ମାଧ୍ୟମରେ ହୋଇଥିବା ଦୁର୍ନୀତି ଅଭିଯୋଗ ଗୁଡିକୁ ଆଧାର କରି ରାୟଗଡା ଜିଲ୍ଲା ଲୋକପାଳ ଶ୍ରୀମତୀ ବିଦୁଲତା ହୁଇକା ତାଙ୍କ କୋର୍ଟ ତରଫରୁ ଶୁଣାଣୀ, ବିଡ଼ିଓ, ଏପିଓ ଓ ଜେଇ ଙ୍କ ସହ ଆଲୋଚନା କରି ଫେରିଛନ୍ତି । ପ୍ରଥମେ ଧାମୁଣିପଙ୍ଗା ପଞ୍ଚାୟତର କାମଟଣା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେତେକ ଗ୍ରାମରେ ହୋଇଥିବା ଦୁର୍ନୀତି ବିଷୟରେ ଏକ ଜଣଶୁଣାଣୀର ଆୟୋଜନ କରାଯାଇଥିଲା ।3bd4ea9f ab3a 4c1d 89eb 7fa38d92aff3

ପ୍ରାୟ ସମସ୍ତ ହିତାଧିକାରୀ ଅଭିଯୋଗ କରିଥିଲେ ଯେ ତାଙ୍କର ବ୍ୟାଙ୍କ ପାସବୁକକୁ ଶ୍ରମିକ ବାବଦରେ ପାଇବାକୁ ଥିବା ପ୍ରାପ୍ୟ ଆସିନାହିଁ । ପୂର୍ବରୁ ଉକ୍ତ ପଞ୍ଚାୟତରେ ଥିବା ଗ୍ରାମ ରୋଜଗାର ସେବକ ଶ୍ରୀ ବସନ୍ତ ହିଆଲ ପ୍ରତି ହିତାଧିକାରୀଙ୍କ ଠାରୁ ବିଲ କରାଇଦେବା ନାଁରେ ପାଞ୍ଚ ରୁ ଦଶ ହଜାର ଲାଞ୍ଚ ନେଇଛନ୍ତି । ଶ୍ରୀ ହିଆଲଙ୍କୁ ଏପିଓ ବାରମ୍ବାର ଫୋନ ଯୋଗେ ଶୁଣାଣୀ ରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ଉପସ୍ଥିତ ହୋଇନଥିଲେ । ପରେ ଲୋକପାଳ ଏବିଷୟରେ ବିଡ଼ିଓ ଓ ଏବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଡ଼ିଓ ଲୋକପାଳଙ୍କ ନିକଟରେ ପ୍ରକାଶ କରିଛନ୍ତି । ଯଦି ଶ୍ରୀ ହିଆଲ ଲୋକଙ୍କଠାରୁ ନେଇଥିବା ଲାଞ୍ଚ ଶୀଘ୍ର ନଫେରାନ୍ତି ତେବେ ତାଙ୍କ ନାଁରେ ଏଫାଇଆର ଦିଆଯିବ ବୋଲି ଲୋକପାଳ କହିଛନ୍ତି । ଲୋକଙ୍କ ଉଚିତ ପ୍ରାପ୍ୟ ତାଙ୍କୁ ଅତିଶୀଘ୍ର ପ୍ରଦାନ କରାଯିବ ବୋଲି ଏପିଓ ଓ ବିଡ଼ିଓ ପ୍ରକାଶ କରିଛନ୍ତି ।ebfdcd1f 8fe3 434d 873f 5368bbc78569

ଲୋକପାଳ ଏହାପରେ ଧାମୁଣିପଙ୍ଗା ପଞ୍ଚାୟତର ପେଡିପଦର ଗ୍ରାମରେ ଥିବା ଚେକ ଡ୍ୟାମରେ ହୋଇଥିବା ଅନିୟମିତତା ର ତଦନ୍ତ କରି ଦେଖିଥିଲେ ଯେ ଡ୍ୟାମର ଏକ ପାଖ ୱାଲ ଭୁଷୁଡି ପଡିଛି ଓ ଡ୍ୟାମ ମଝିର ଫାଟ ହୋଇଛି । ଉପସ୍ଥିତ ଅଧିକାରୀ ଓ ପୂର୍ବତନ ୱାର୍ଡ ସଭ୍ୟ କହିଥିଲେ କି କଲ୍ୟାଣୀ ନଦୀରେ ପ୍ରବଳ ବନ୍ୟା ଯୋଗୁଁ ଏପରି ହୋଇଛି । ବନ୍ୟା ବା ନିମ୍ନ ଗୁଣବତ୍ତାର କାର୍ଯ୍ୟ ପାଇଁ ଏପରି ହୋଇଛି ସେ ବିଷୟରେ ଅଧିକ ତଦନ୍ତ ଚାଲୁ ରହିଛି । ତେବେ ଲୋକପାଳ ଚେକ ଡ୍ୟାମର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଲୋକପାଳ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମର ଆଦିବାସୀ ସାହିକୁ ଇନ୍ସପେକ୍ସନରେ ଯାଇ ସେଠାର ଥିବା ସିସି ରାସ୍ତାର ମାଇନର ରିପ୍ୟାର ଓ ଡ୍ରେନେଜ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାବୁଗୁଡାର ଅଧାପନ୍ତରିଆ ରାସ୍ତା ପରିଦର୍ଶନ କରିବା ପରେ ଜାଣିବାକୁ ପାଇଛନ୍ତି ଯେ ଲୋକେ ଉକ୍ତ ସ୍ଥାନରେ ରାସ୍ତାକୁ ବିରୋଧ କରୁଛନ୍ତି ଓ ଅନ୍ୟ ଏକ ସ୍ଥାନରେ ଯେଉଁଠି ଏକ ମସ୍ତବଡ ଝୋଲା ଅଛି ସେଠାରେ ରାସ୍ତା ଚାହୁଁଛନ୍ତି; କିନ୍ତୁ ଅଧିକାରୀଙ୍କ କହିବା ଅନୁସାରେ ଲୋକେ କହୁଥିବା ସ୍ଥାନଟି ଆର୍ଥିକ ଓ ଯାନ୍ତ୍ରିକ ରୂପେ ସମ୍ଭବ ନୁହେଁ । ଏ ଉପରେ ଲୋକପାଳଙ୍କ ଅଧିକ ତଦନ୍ତ ଚାଲୁ ରହିଛି । ସେହିଭଳି ବ୍ଲକର ଆଭ୍ୟନ୍ତରୀଣ ନିୟମଗିରିର ପାରଶାଳୀ ପଞ୍ଚାୟତର ସାନଡେଙ୍ଗିନାଳୀ ଗ୍ରାମକୁ ପରିଦର୍ଶନରେ ଯାଇ ମନରେଗା ମାଧ୍ୟମରେ ହୋଇଥିବା ସିସି ରୋଡ଼ ଓ ମାଟି କାମରେ ହୋଇଥିବା ଅନିୟମିତତାର ତଦନ୍ତ କରିଛନ୍ତି । ଏହି ସମସ୍ତ ଅନିୟମିତତା ସମ୍ପର୍କରେ ବିଡ଼ିଓଙ୍କ ସହ ବିସ୍ତୃତ ଆଲୋଚନା କରି ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ଓ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଡ଼ିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଅନିୟମିତତା ଉପରେ ବିବରଣୀ ପାଇଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଲୋକପାଳ ଶ୍ରୀମତୀ ହୁଇକା ପ୍ରକାଶ କରିଛନ୍ତି ।

One thought on “ବିଭିନ୍ନ ମନରେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତିର ତଦନ୍ତ ଓ ଶୁଣାଣୀ

Welcome to Odisha News24

%d bloggers like this: