ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଭେଟିଲେ ବିଜେପି ପାର୍ଟି

ରିପୋର୍ଟ: ଏନ ସନ୍ତୋଷ କୁମାର //
ବୈପାରୀଗୁଡା (୧୮/୦୫): ବୈପାରୀଗୁଡା ବିଜେପି ପାର୍ଟି ପକ୍ଷରୁ ବ୍ଲକରେ କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଉଚିତ ପଦକ୍ଷେପ ନେବାପାଇଁ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି |

ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ଜରିଆରେ ବିଜେପି ନେତୃବୃନ୍ଦ ଲିଖିତ ଅଭିଯୋଗ କରିଛନ୍ତି | ଗତ ବର୍ଷ କରନା ରେ ପ୍ରତି ପଞ୍ଚୟତର ସଙ୍ଗରୋଧ କେନ୍ଦ୍ର ପାଇଁ କ୍ରୟ କରାଯାଇଥିବା ସାମଗ୍ରୀ କୁ ବ୍ୟବହାର କରାଯାଉ, ବୈପାରୀଗୁଡା ବ୍ଲକ ରେ ରକ୍ତ ଭଣ୍ଡାର ଖୋଳାଯାଉ, ଜିଲ୍ଲା ର ବିଭିନ୍ନ ଡାକ୍ତରଖାନା ରେ ଖାଲି ପଡିଥିବା ପଦବୀ ପୁରୁଣ କରାଯାଉ, ବୈପାରୀଗୁଡା ବ୍ଲକ ଠାରେ କୋଭିଟ ଟେଷ୍ଟ ବାଲିଗାଁ, ଦଶମନ୍ତପୁର ଓ ରାମଗିରି ଠାରେ କରାଯାଉ ବୋଲି ବଢ଼ାଯାଉ ବୋଲି ଦାବୀ ପତ୍ରରେ ଉଲେଖ ଅଛି | ଦାବିପତ୍ର ପ୍ରଦାନ ବେଳେ ବୈପାରୀଗୁଡା ବ୍ଲକ ବିଜେପି ରଚନ୍ଦ୍ର ଶେଖର ରଥ, ନରେନ୍ଦ୍ର କାନ୍ଦଲିଆ, ଉମେଶ ପଟ୍ଟନାୟକ, ଭାଗିରଥି ଗୌଡ଼ ଧନପତି ଖିଲ, କେଶବ ଖିଲ, ଲଳିତ ପୂଜାରୀ ସହ ବହୁ କର୍ମୀ ଉପସ୍ଥିତ ରହିଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: