ବିବାହ, ଶୁଦ୍ଧିକ୍ରିୟା ପାଇଁ ଅନଲାଇନରେ ମିଳିବ ଅନୁମତି: ୭୨ ଘଣ୍ଟା ପୂର୍ବରୁ ଆବେଦନ କରିବାକୁ ପରାମର୍ଶ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର, (୧୯/୦୫): କରୋନା ମହାମାରୀ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ଅନଲାଇନ ସେବା ଯୋଗାଇବା ପ୍ରୟାସ ଜାରି ରହିଛି । ବିଭିନ୍ନ ସେବା ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଉଥିବା ବେଳେ ଦ୍ୱେିତ-ନଗରୀରେ ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ଅନଲାଇନରେ ଅନୁମତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏନେଇ ସୋମବାର କମିଶନରେଟ୍ ପୋଲିସ ପକ୍ଷରୁ ଏକ ୱେବସାଇଟ୍ (www.bhubaneswarcuttackpolice.gov.in) ଜାରି କରାଯାଇଛି ।

କୌଣସି ବ୍ୟକ୍ତି ବିବାହ ତଥା ଶୁଦ୍ଧି କ୍ରିୟା ପାଇଁ ଅନୁମତି ଚାହୁଁଥିଲେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ବିବାହ କିମ୍ବା ଅନ୍ତ୍ୟେଷ୍ଟିର ୭୨ ଘଣ୍ଟା ପୂର୍ବରୁ ଏହି ୱେବ ସାଇଟରେ ଆବେଦନ କରିବାକୁ କୁହାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ଗାଇଡ଼ ଲାଇନ ଅନୁସାରେ ବିବାହ ଓ ଶୁଦ୍ଧିକ୍ରିୟାରେ ଯେଉଁମାନେ ଯୋଗ ଦେବେ ସେମାନଙ୍କ ତଥ୍ୟ ଉକ୍ତ ୱେବସାଇଟରେ ଆବେଦନ କରିବା ସମୟରେ ଦେବାକୁ କୁହାଯାଇଛି । ଆବେଦନ କରିବାର କିଛି ସମୟ ପରେ ଡିସିପି ଅଫିସ ପକ୍ଷରୁ ମୋବାଇଲ୍ ନମ୍ବରକୁ ମେସେଜ ମାଧ୍ୟମରେ ଅନୁମତି ପଠାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏହା ସହ ଯେଉଁ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ପ୍ରଦାନ କରାଯାଇଥିବ ସେମାନଙ୍କ ନମ୍ବରକୁ ମଧ୍ୟ ଏକ ମେସେଜ ପଠାଯିବ । ଉକ୍ତ ମେସେଜ ଦେଖାଇ ସେମାନେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇପାରିବେ । ତେବେ ବର୍ତ୍ତମାନ ଏହି ଅନଲାଇନ ସୁବିଧା କେବଳ ଭୁବନେଶ୍ୱର ସହରାଞ୍ଚଳ ପାଇଁ ଆରମ୍ଭ କରାଯାଇଛି । ଖୁବ୍ ଶୀଘ୍ର କଟକ ସହରା ଳ ପାଇଁ ଆରମ୍ଭ କରାଯିବ ବୋଲି କମିଶନର କହିଛନ୍ତି । । ଅନ୍ୟପକ୍ଷେ କୌଣସି ପ୍ରକାର ଅନୁସନ୍ଧାନ ନିମନ୍ତେ ପୋଲିସ ପକ୍ଷରୁ ଏକ ହ୍ୱାଟସ୍ଆପ ନମ୍ବର(୮୧୪୪୨୦୭୧୦୦) ଜାରି କରାଯଇଛି । କୌଣସି ଅନୁସନ୍ଧାନ ଥିଲେ ଏହି ନମ୍ବରରେ ୱାଟସ୍ଆପ କଲେ ପୁଲିସ ପକ୍ଷରୁ ସମସ୍ତ ଉତ୍ତର ଦିଆଯିବ ବୋଲି କୁହାଯାଇଛି ।

Welcome to Odisha News24

error: Content is protected !!
%d bloggers like this: