ବିପ୍ଲବୀ ନେତ୍ରୀ ସ୍ୱାଧୀନତା ସଂଗ୍ରାମୀ ଗୁରୁବାରୀ ମେହେରଙ୍କ ସହିଦ ଦିବସ ପାଳିତ

ରିପୋର୍ଟ: ଧ୍ରୁବରଜ ମିଶ୍ର //
ବିନିକା (୩୧/୦୧): ବିନିକା ଏନଏ ସି କମ୍ୟୁନିଟି ହଲ ଠାରେ ସହିଦ ଗୁରୁବାରୀ ମେହେର ସ୍ମୃତି କମିଟି ପକ୍ଷରୁ ବିପ୍ଲବୀ ନେତ୍ରୀ ସ୍ୱାଧୀନତା ସଂଗ୍ରାମୀ ଗୁରୁବାରୀ ମେହେରଙ୍କ ସହିଦ ଦିବସ ସୋମନାଥ ମିଶ୍ରଙ୍କ ସଭାପତ୍ୱରେ ପାଳିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଖୀରମ ନାଏକ , ମୁଖ୍ୟ ବକ୍ତା ଶ୍ରୀରାମ କଲେଜ ର ଅଧକ୍ଷ୍ୟ ତଥା ପ୍ରଫେସର ରାମେଶ୍ୱର ନାୟକ , ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର , ରାଜ୍ୟ ଉପଦେଷ୍ଟା ବାଲ୍ୟ ବିବାହ ଓ ଶିଶୁ ଅଧିକାର ଘସିରାମ ପଣ୍ଡା , ସିଦ୍ଧାର୍ଥ ଡିଗ୍ରୀ କଲେଜର ଅଧକ୍ଷ୍ୟ ଧୀରେନ୍ଦ୍ର କୁମାର ନାୟକ ସମ୍ବାନୀତ ଅତିଥି ଭାବେ ଯୋଗଦେଇଥିବା ବେଲେ ମହେନ୍ଦ୍ର ସୁନା ପ୍ରମୁଖ ବକ୍ତାଗଣ ଗୁରୁବାରୀ ବ୍ରିଟିଶ ସରକାର ବିରୁଦ୍ଧରେ ଲଢେଇ କରି ଶେଷରେ ପୁଲିସର ବ୍ୟାଟେଲ (ଗୁଳି) ମାଡରେ ସହିଦ ହୋଇଥିଲେ । ସେ ରହୁଥିଲା ସ୍ଥାନରେ ତାଙ୍କ (ସହିଦଙ୍କ) ପ୍ରତିମୂର୍ତୀ ସ୍ଥାପନ କରାଯିବାକୁ ଵକ୍ତାଗଣ ଆଲୋକପାତ କରିଥିଲେ । ଏଥିରେ ଧର୍ମେନ୍ଦ୍ର ଥନାପତି ଏ ବିଷୟରେ ଉଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ସଭାରେ ହିମାଂଶୁ ଭୂଷଣ ପଣ୍ଡା ପରିଚାଳନା କରିଥିବାବେଳେ ମାନଗୋବିନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ତାଙ୍କ ଜନ୍ମ ସ୍ଥାନରୁ ମାଟି ଆଣି ଶୋଭାଯାତ୍ରାରେ ସହର ପରିକ୍ରମା କରଯାଇଥିଲା । ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ଯୋଗଦେଇଥିଲେ ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: