ବିପିଏଲ ହିତାଧିକାରୀ ଦୟନୀୟ ଅବସ୍ଥାରେ, ପ୍ରଶାସନ ନିଦାବିଷ୍ଣୁରେ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୨୬/୦୫): ବୌଦ୍ଧ ବ୍ଲକ ଖୁଂଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ଗାଁର ହୃଦାନନ୍ଦ ପ୍ରଧାନ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି | ଆଜିକୁ ଏକ ବର୍ଷ ହେବ ବୌଦ୍ଧ ବ୍ଲକକୁ ଯାଇ ଘର ଖଣ୍ଡିଏ ପାଇବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପିଡିଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଘର ମିଳି ପାରିଲା ନାହିଁ | କିନ୍ତୁ ଖୁଂଟବନ୍ଧ ଗ୍ରାମ ପଂଚାୟତର ଯଦି ୧୧ଟି ଗ୍ରାମରେ ଯଦି ଜିଲ୍ଲା ପ୍ରଶାସନ ତରଫରୁ ଭିଜିଲାନ୍ସ ତଦନ୍ତ କରାଯିବ ପ୍ରକୃତ ହିତାଧିକାରୀ କେଉଁ ମାନେ ଜିଲ୍ଲାପାଳ ମହାଶୟ ଜାଣିପାରିବେ |

ଯେଉଁ ମାନଙ୍କର ୫ ରୁ ୮ ବଖରା ପକ୍କା ଘର ଅଛି ସେମାନଙ୍କୁ ଦିଆଯାଇଛି ଅନେକ ଘର | ଜହ୍ନ।ପଙ୍କ ଗାଁ ରେ ମଧ୍ୟ ଏବର୍ଷ ଦିଆଯାଇଛି କିନ୍ତୁ କଚ୍ଚା ଘରେ ରହୁଥିବା ବିପିଏଲ ଶ୍ରେଣୀର ହେଇଥିଲେ ମଧ୍ୟ ଘର ମିଳିପାରୁନାହିଁ | ଖୁଂଟବନ୍ଧ ଗ୍ରାମ ପଞ୍ଚାୟତ( ଆଦର୍ଶ ଗ୍ରାମ ପଞ୍ଚାୟତ) ରେ ପ୍ରବଳ ମାତ୍ରାରେ ଜାତୀୟ ଖାଦ୍ୟ ସୁରକ୍ଷା-୨୦୧୫( PDS), ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (PMAY), ମନେରେଗା( MGNRGA)ରେ ଦୃନୀତି ର ଆଭାସ ମିଳିଛି | ଏ ସବୁ ଖୁଂଟବନ୍ଧ ଗ୍ରାମ ପଞ୍ଚାୟତର କାର୍ଯ୍ୟରତ କିଛି ଅସାଧୁ କର୍ମଚାରୀ ଏବଂ ବ୍ଲକ କତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ହେଉଛି ବୋଲି ଜନସାଧାରଣଙ୍କ ଅଭିଯୋଗ ହୋଇଛି | ସେଥିପାଇଁ ଖୁଂଟବନ୍ଧ ଗ୍ରାମ ପଞ୍ଚାୟତରେ ଭି ଏଲ ଡବ୍ଲୁ ଦୁଇଟି ଗ୍ରାମ ପଞ୍ଚାୟତର ଦାୟିତ୍ଵ ଏବଂ ଜି ଆର ଏସ ଦୁଇଟି ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଅଛନ୍ତି | ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: