ବିପର୍ଯ୍ୟସ୍ତ ରାସ୍ତାକୁ ମରାମତି କଲେ କୋଶଲ ସେନା

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୨୯/୦୩): ଲୋଇସିଂହା ବ୍ଲକ କୁଶମେଲ କୁମ୍ଭାରପଡା ଠାରୁ ଲଙ୍କାବାହାଲ ଗ୍ରାମକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିଲା । କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା ଉପରେ ଫୁଟେରୁ ଅଧିକ ବାଲି ଓ ମାଟି ଜମି ରହି ଖାଲ ଖମା ସୃଷ୍ଟି ହୋଇଥିଲା ।

ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ନେଇ ସମସ୍ୟା ଦେଖାଦେବା ସହିତ ଆଖପାଖ ଗ୍ରାମର ଶତାଧିକ ଜନସାଧାରଣ ହଇରାଣ ହେଉଥିଲେ । ପଂଚାୟତ କର୍ତ୍ତୃପକ୍ଷ ମଧ୍ୟ ଏହି ରାସ୍ତା ପ୍ରତି କୌଣସି ଦୃଷ୍ଟି ନ ଦେବା ଯୋଗୁଁ ରାସ୍ତାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଥିଲା କୋଶଲ ସେନା । ସୋମବାର ହୋଲି ଖେଳରେ ନ ମାତି ରାସ୍ତା କାମ କରିବାକୁ ପ୍ରସ୍ତାବ ଦେଇଥିଲେ କୋଶଲ ସେନାର ଉଦୀୟମାନ ବରିଷ୍ଠ ସଦସ୍ୟ କୌସ୍ତୁଭ ସାହୁ । ତାଙ୍କ ନେତୃତ୍ୱରେ ସେନାର ସଦସ୍ୟ ମାନେ ରାସ୍ତା ଉପରୁ ମାଟି ଓ ବାଲି ବାହାର କରିବା ସହିତ ରାସ୍ତାକୁ ସମତଳ କରିଥିଲେ । କୋଶଲ ସେନାର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରି ଧନ୍ୟବାଦ ଜଣାଇଥିବା ବେଳେ ଆଗାମୀ ଦିନରେ ଏଭଳି ଜନ ହିତକର କାର୍ଯ୍ୟ ଜାରି ରହିବ ବୋଲି ସେନା ତରଫରୁ ସୂଚନା ଦିଆଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: