ସାଧାରଣ ଜନତାଙ୍କ ସ୍ୱର

ବିପଦ ସଙ୍କୁଳ ଅବସ୍ଥାରେ ସିଡାପୁଟ ବ୍ରିଜ, ଅଟୋ ଟିଏ ମଧ୍ୟ ଯିବାକୁ ମନା

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ନନ୍ଦପୁର (୮ /୨ /୨୦୨୧): ନନ୍ଦପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଅବସ୍ଥିତ ମାଳି ବେଲଗାଁ ପଞ୍ଚାୟତ, ସେଠାରୁ ଅଳ୍ପ ଦୂରରେ ଅବସ୍ଥିତ ମାଛକୁଣ୍ଡ ରେଲୱେ ଷ୍ଟେସନ , ଷ୍ଟେସନ ସେପଟେ ପଡେ ସିଡାପୁଟ ଗାଁ, ଗ୍ରାମ କୁ ଯିବାକୁ ହେଲେ ପାର କରିବାକୁ ପଡେ ଚିରସ୍ରୋତା ବଡ଼ ନାଳ | ଏହି ବଡ଼ ନାଳ ଉପରେ ଏକ ପୋଲ ନିର୍ମାଣ ହୋଇଥିଲା ଗତ ୩୨ବର୍ଷ ତଳେ, ସେତେବେଳର ମାଳି ବେଲଗାଁ ସରପଞ୍ଚ ଶ୍ରୀ ଉଗ୍ରସେନ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ |

ଯାହା ବିପଦ ସଙ୍କୁଳ ଅବସ୍ଥାରେ ପୋଲର ସନ୍ତୁଳନ ରକ୍ଷା କରୁଥିବା ଦୁଇ ଗୋଟି ପିଲର ର ନିମ୍ନ ଭାଗ ନାଳ ପାଣିରେ ଧୋଇ ହୋଇ ବାଇକ୍ ଟିଏ ଗଲେ ଜୋର୍ ରେ ହଲିବାରେ ଲାଗିଛି | ଗତ ୨୦୨୦ ରୁ କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ, PD_DRDA ବିଧାୟକ, ବିଡ଼ିଓ , ସରପଞ୍ଚ ଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣିବାକୁ ନାହାନ୍ତି | ଏହି ପୋଲ ଆରପଟେ ମାଳି ବେଲଗାଁ ପଞ୍ଚାୟତର ସିଡାପୁଟ ଗ୍ରାମ ସମେତ ପଣ୍ଡାପୁଟ, ବଡ଼ ଟାଙ୍କୁଆ, ବିଲାଇ ପୁଟ, ବଦଳିପାଣ୍ଡି, ଗୁଲପଣ୍ଡି, ଖତଗୌଡପୁଟ, ଛେଳିଆ ମୁଣ୍ଡା ଗ୍ରାମ ରହିଅଛି | ଏହି ଗ୍ରାମ ଗୁଡିକରେ ଅନୂନ୍ୟ ୪୦୦୦ ଉର୍ଦ୍ଧ ଆଦିବାସୀ ହରିଜନ ବସ ବାସ କରନ୍ତି | ଏହି ପୋଲ ଉପର ଲିଖିତ ସମସ୍ତ ଗ୍ରାମବାସୀଙ୍କ ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ | ସମସ୍ତ ପ୍ରକାର ଯୋଗାଯୋଗ, ସରକାରୀ କାର୍ଯ୍ୟ, ବେପାର ବଣିଜ, ଚାଷୀ, କୁଲି ମଜୁରିଆ, ଛାତ୍ର ଛାତ୍ରୀ, ରୋଗୀ ଏହି ପୋଲ ଉପରେ ଯାତାୟାତ କରି ଥାଆନ୍ତି | କିଛିଦିନ ତଳେ ଓଡ଼ିଶା ସରକାରଙ୍କ ବିଜୁ ସେତୁ ଯୋଜନାରେ ସାମିଲ କରି ଏହି ପୋଲର ନିର୍ମାଣ ନିମନ୍ତେ ଅନୁରୋଧ ବିଭାଗୀୟ ଅଧିକାରୀ ଓ ବିଧାୟକ ଙ୍କୁ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ | କିଛି ଅଘଟଣ ଘଟିବା ଆଗରୁ ମାଳମାଳ ସରକାରୀ ଯୋଜନା ମଧ୍ୟରୁ ଯେ କୌଣସି ଯୋଜନା ମାଧ୍ୟମରେ ଏହି ପୋଲର ନବକଳେବର କରାଯିବାକୁ ସ୍ଥାନୀୟ ଲୋକ ପ୍ରତିନିଧି, ଗ୍ରାମବାସୀ, ଛାତ୍ର ଛାତ୍ରୀ, ବ୍ଲକ ସଦର ମହକୁମା, ତହସିଲ, କଲେଜ୍, ସୂଲ୍ , ସ୍ବାସ୍ଥ୍ୟ କେନ୍ଦ୍ର ନନ୍ଦପୁର କୁ ଯିବା ଆସିବାକୁ ସୁବିଧା କରିବାକୁ ଅନୁରୋଧ କରିଛନ୍ତି | ପୂର୍ବତନ ସରପଞ୍ଚ ଶ୍ରୀ ଧନ ପତି ସୀସା ଏଥି ନିମନ୍ତେ, ବିଧାୟକ, ସାଂସଦ, ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ବ୍ୟକ୍ତି ଗତ ଓ ଲିଖିତ ଅଭିଯୋଗ କରି ଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି | ଆଜି ଜଣେ ଯୁବ ଆଇଏଏସ ଅଧିକାରୀ କୋରାପୁଟ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦେଖାଯାଉ ଏହି ଅଭିଯୋଗ ସମ୍ପର୍କେ ଜାଣି ସେ କଣ କରୁଛନ୍ତି |

Welcome to Odisha News24

%d bloggers like this: