ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ ବୁଲିଲା କୋଭିଡ ସଚେତନତା ରଥ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୩/୬): ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ସ୍ବେଛାସେବୀ ଅନୁଷ୍ଠାନ ଏକସନଏଡ଼ ର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଗ୍ରାମ୍ୟଞ୍ଚଳ ରେ ସାମ୍ପ୍ରତିକ କରୋନା ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ବ୍ଲକ ରେ କୋଭିଡ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି। ଆଜି ବିନିକା ବ୍ଲକ ଓ ଏନଏସି ପାଇଁ କରୋନା ସଚେତନତା ରଥ ଶୁଭରମ୍ବ ହୋଇଛି |

ଏହି ସଚେତନତା ରଥ ବିନିକା ବ୍ଲକ ଓ ଏ ନଏସି ର ବିଭିନ୍ନ ଗ୍ରାମ ପରିକ୍ରମା କରି ଜନସାଧାରଣ ଙ୍କୁ ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁପାଳନ ତଥା କୋଭିଡ ସମ୍ୱନ୍ଧୀୟ ସଚେତନତା କରିବ | ଏହି ଅଭିଯାନ ରଥ କୁ ବିନିକା ର ସ୍ବେଛାସେବୀ ଅନୁଷ୍ଠାନ H2O (ହେଲ୍ପ ଟୁ ଅଦରସ) ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିନିକା ଅଞ୍ଚଳରେ ସଚେତନତା ଅଭିଯାନ କରୁଥିବା ବେଳେ ବିନିକା ତହସିଲଦାର ଅଲେଖ ଘୁଟା, ବିଡ଼ିଓ ବ୍ୟାସଦେବ ବେହେରା, ଏନଏସି ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ନାଏକ , ଏକ୍ସନଏଡ଼ କାର୍ଯ୍ୟକ୍ରମ ସଂଯୋଜକ ଘାସିରାମ ପଣ୍ଡା, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ମେହେର ଉପସ୍ଥିତି ରେ ସବୁଜ ପତାକା ହଲାଇ ଶୁଭରମ୍ଭ କରିଥିଲେ। ଏହି ଅବସରରେ ସ୍ବେଛାସେବୀ ତଥା H2O ସଦସ୍ୟ ଦେବଦତ୍ତ ପଣ୍ଡା ତାଙ୍କ ଦ୍ୱାରା ଲିଖିତ ଏକ କବିତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: