ବିନିକା ପାଲିପଡା ଠାରେ ସାଂସ୍କୁତିକ କାର୍ଯ୍ୟକ୍ରମ ” ମହକ ” ଅନୁଷ୍ଠିତ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା ୧୧/୨): ବିନିକା ପାଲିପଡା ଠାରେ ନୃତ୍ୟନିକେତନ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ” ମହକ ” ଅମିତ ବିକ୍ରମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିନିକା ତହସିଲଦାର ଅଲେଖ ଘୁଟ୍ଟା ଓ ଏ ନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଖୀରାମ ନାଏକ ଦୀପ ପ୍ରଜ୍ବଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଧଘାଟନ କରିଥିଲେ ।

ଏଥିରେ ସିଦ୍ଧାର୍ଥ ଡିଗ୍ରୀ କଲେଜର ଅଧ୍ୟକ୍ଷ ଧୀରେନ୍ଦ୍ର ନାୟକ, ଯୁକ୍ତ ଦୁଇ କଲେଜ ଅଧ୍ଯକ୍ଷ୍ୟା ରେଖା ପ୍ରଧାନ, ଆର କେ ମିଡ଼ିଆ ମୁଖ୍ୟ ରାଜକିଶୋର ମଲ୍ଲିକ, କଳାକାର ଶାଶ୍ୱତ ତ୍ରିପାଠୀ, ସରୋଜ କୁମାର, ଗୋପାଳ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ରସିକ ସାହୁ , ନୀଳାଚଳ ମେହେର , ଅଲିଶା ଅଗ୍ରୱାଲା , ମାନଗୋବିନ୍ଦ ମେହେର , ରାମଚନ୍ଦ୍ର ଦାସ ,ବଲରାମ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୀର୍ତିସୁଧା ମିଶ୍ର ସ୍ୱାଗତ ଭାଷଣ ଦେବାସହ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ସଦସ୍ୟବୃନ୍ଦ ଓ ପାଲିପଡାବାସୀ ଏହାକୁ ସହଯୋଗ କରିଥିଲେ ।

Welcome to Odisha News24

error: Content is protected !!
%d bloggers like this: