ବିନିକା ଅଞ୍ଚଳରେ ବର୍ଷାରେ ଭିଜି ଧାନ ଗଜା ହେଲା, ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୯/୬): ବିନିକା ଅଞ୍ଚଳରେ ଚଳିତ ରବି(ଡାଲୁଆ)ୠତୁରେ ପ୍ରାୟ ୮୦ପ୍ରତିଶତ ଚାଷ ଜମିର ଧାନ ଖଳାକୁ ଆସି ସାରିଲାଣି ଆଉ ୨୦ପ୍ରତିଶତ ଧାନ ଚାଷ ଜମିରେ ଅଛି । ଚାଷୀ ତାର ଉତ୍ପାଦିତ ଧାନ କୁ ଖଳାରେ ଗଦା କରି ରଖିଥିବାବେଳେ କେତେକ ଚାଷୀ ଧାନ ପ୍ୟାକେଟ(ବସ୍ତା)ରେ ଭର୍ତ୍ତି କରି ରଖିଛନ୍ତି। ଧାନ ବିକ୍ରି ପାଇଁ ନିର୍ଧାରିତ ତାରିଖରେ ଟୋକନ୍ ଆସିଥିଲେ ମଧ୍ୟ ଧାନ ବିକ୍ରି ପାଇଁ ପେକ୍ସ କିମ୍ବା ମଣ୍ଡିରୁ ଅନୁମତି ମିଳୁନାହିଁ ।

ଧାନ ବିକ୍ରି ପାଇଁ ମଣ୍ଡି କିମ୍ୱା ପେକ୍ସ ରୁ ଡାକିଲେ ତା ପରେ ଚାଷୀ ତାର ଉତ୍ପାଦିତ ଧାନକୁ ବିକ୍ରି କରିବ । ଅପରପକ୍ଷରେ ଯଦି ୧୨ଦିନରୁ ଅଧିକ ହୋଇଯାଏ ଚାଷୀର ଟୋକନ୍ ଲେପ୍ସ ହୋଇଯିବାର ସମ୍ଭାବନା ରହିଛି। ଯାହା ଫଳରେ ଚାଷୀର ଧାନ ଖଳାରେ ଖୋଲା ଆକାଶ ତଳେ ପଡି ରହିଛି । ଧାନ ବିକ୍ରି ପାଇଁ ଚାଷୀ ଚିନ୍ତାରେ ପଡ଼ି ଯାଇଛି । ଗତକାଲି ରାତିରେ ୫ଘଣ୍ଟା ଧରି ଝିପି ଝିପି ବର୍ଷା ବିନିକା ଅଞ୍ଚଳରେ ହୋଇଥିଲା ।ଏହି ବର୍ଷା ଯୋଗୁଁ ଚାଷୀର ଧାନ ଖଳାରେ ଓ ମଣ୍ଡିରେ ଶହଶହ ପ୍ୟାକେଟ ଧାନ ଭିଜିଯାଇଛି । ଯାହାକି ଖାଲୁଆ ସ୍ଥାନରେ ଥିବା ଖଳା ଓ ମଣ୍ଡିରେ ଧାନ ଗଜା ହେଲାଣି । ବିନିକା ଅଞ୍ଚଳରେ ୧୦ ଟି ପେକ୍ସ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣାଯାଉଛି । ଏହି ବର୍ଷା ଯୋଗୁଁ ଧାନ ଭିଜି ଯାଇଥିବାରୁ ଧାନ କିଣୁଥିବା ସଂସ୍ଥା ଗୁଡିକ ନାନା ଆଲଦେଖାଇ କୁଇଣ୍ଟାଲ ପ୍ରତି ଧାନ କଟିନୀ ଛଟିନି କରିବା ନେଇ ଚାଷୀ ଆଶଙ୍କା କରୁଛନ୍ତି । ଏହା ଯଦି ହୁଏ ତାହା ହେଲେ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହେବ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ । ଆସନ୍ତା ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଏଥି ଯୋଗୁଁ ଚାଷୀ ତାର ଉତ୍ପାଦତ ଧାନକୁ କେବେ ବିକ୍ରି କରିବା ସେ ନେଇ ଚିନ୍ତାରେ ପଡ଼ି ରହିଛି ଚାଷୀ । ତେଣୁ ଜିଲ୍ଲା ପ୍ରଶାସନ ଟୋକନ୍ ପାଇଥବା ଚାଷୀର ଧାନ ଶୀଘ୍ର କିଣି ନେବାର ବ୍ୟବସ୍ତା କରିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: