ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ କୋଭିଡ କଟକଣାକୁ ଫୁ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୧୦/୦୪): ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ କରୋନାର ଭୟାବହତା ଆଖି ଆଗରେ ରଖି ରାଜ୍ୟ ସରକାର କୋଭିଡ ନିୟମକୁ କଡ଼ାକଡ଼ି ଲାଗୁ କରିବା ସହ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ଓ ଅମାନ୍ୟଙ୍କୁ ଜରିମାନା ଆଦାୟ କରାଯାଉଛି ।

ସେହିପରି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର , ଏସପି ପ୍ରହଲ୍ଲାଦ ସାହାଇ ମୀନା , ତହସିଲଦାର ରବୀନ୍ଦ୍ର କୁମାର ରାଉତ ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କରିବା ସହ କୋଭିଡ ନିୟମକୁ କଡ଼ା କଡ଼ି ପାଳନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଉଛି । ଅମାନିଆଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଉଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମାସ୍କ ପିନ୍ଧିବା ଓ ବିନା ଲୋକଡାଉନ ରେ ଆମେ କରୋନା ମୁକାବିଲା କରିପାରିବା , ସରକାର ବାହାରେ ଜଗିଛନ୍ତି ମାଁ ମାନେ ଘରେ ଜଗନ୍ତୁ ବୋଲି ରାଜ୍ୟବାସୀଙ୍କୁ ସମ୍ବେଧନ ଦେଇଥିବା ବେଳେ ଦଳୀୟ ବିଧାୟକ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରି ଖୋଲାମ ଖୋଲା କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କୋଭିଡ ନିୟମ ନ ମାନି ପ୍ରବଳ ଜନସମାଗମ ରେ ବ୍ଲକ ଗୁଡିକରେ ବିଧାୟକ ସଦାଶିବ ପ୍ରଧାନୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଗତ କିଛି ଦିନ ତଳେ ତେନ୍ତୁଳଖୁଣ୍ଟି ବ୍ଲକ ଅନ୍ତର୍ଗତ ତାରାଗୁଡ଼ା ଠାରେ ଗୋଷ୍ଠି କେନ୍ଦ୍ର ର ଶୁଭ ଉଦଘାଟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ପୂଜାରିଗୁଡ଼ା ପଂଚାୟତ ର ବିଭିନ୍ନ ଗ୍ରାମରେ ଲୋକଙ୍କୁ ଔଷଧୀୟ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଶତାଧିକ ଲୋକ ବିନା ମାସ୍କ୍ ସହ ସାମାଜିକ ଦୂରତା ଅବଲମ୍ବନ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ପୁଣି ଆଜି ନବରଙ୍ଗପୁର ବ୍ଲକ ର ସାନ ମସିଗାଁ , ଦିଗାଗୁଡ଼ା , କଦ୍ରିଗୁଡ଼ା , ଭିମାଗୁଡ଼ା , ବଡଗାଁ , ଭତ୍ରା , ମହୁଳପଦର , ସାନ କୁସୁମୀ ଗ୍ରାମରେ ବିଧାୟକ ସଦାଶିବ ପ୍ରଧାନୀ ଲୋକମାନଙ୍କୁ ମଶାରୀ ବଣ୍ଟନ ସମୟରେ ଖୋଦ୍ ବିଧାୟକ ବିନା ମାସ୍କ ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ଏଠାରେ ଉପସ୍ଥିତ ଶତାଧିକ ହିତାଧିକାରୀ ମଧ୍ୟ ବିନା ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ରେ କୋଭିଡ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କୋଷଗୁମୁଡ଼ା ବ୍ଲକର ସମସ୍ତ ସୀମାକୁ ସିଲ୍ କରାଯାଇଛି । ଜିଲ୍ଲାରେ ଗତ ଦୁଇ ତିନି ଦିନରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଜିଲ୍ଲାରେ ପ୍ରତେକ ଦିନ ସହର ଓ ବ୍ଲକ ଗୁଡିକରେ କରୋନା କଟକଣା କଡ଼ା କଡ଼ି କରାଯାଇଛି । ଅନ୍ୟ ପକ୍ଷରେ କିଛି ଲୋକ ବିନା ମାସ୍କ ରେ ବୁଲୁଥିବା ବେଳେ ଅମାନିଆଙ୍କ ଠାରୁ ୫ ଶହ ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉ ଥିବା ଦେଖିବାକୁ ମିଳିଛି । ମାସ୍କ ନ ପିନ୍ଧିଥିଲେ ସାଧାରଣ ଲୋକ ତଣ୍ଡ ଗଣୁଥିବା ବେଳେ ରାଜ ନେତା ମାନେ ବିନା ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ ନ କରି ପ୍ରବଳ ଜନସମାଗମ ରେ ବିଭିନ୍ନ କାର୍ଯ୍ୟକ୍ରମ କରି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ପ୍ରଶାସନର କାର୍ଯ୍ୟକଳାପ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: