ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ଗାର୍ଡ ଅଫ ଅନର

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୦୩/୦୬) : ବିଧାନସଭା ପରିସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ଦିଆଯଇଛି । ବାତସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପରେ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳକୁ ନିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ମେ’ ପ୍ରଥମ ସପ୍ତାହରେ ଶ୍ରୀ ରାଉତରାୟ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଚିକିତ୍ସା ପରେ ସେ କରୋନାରୁ ମୁକ୍ତ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପୁଣି ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଏକ ଡାକ୍ତରୀ ଦଳ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଗତ ବୁଧବାର ସକାଳୁ ତାଙ୍କ ଦେହ ଅଧିକ ଖରାପ ହୋଇଯାଇଥିଲା । ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କ ରକ୍ତଚାପ ନିୟନ୍ତ୍ରଣକୁ ଆସିପାରି ନ ଥିଲା । ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ସାନ ପୁଅ ତଥା ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଜୟଶ୍ରୀ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ୬ ଥର ବିଧାୟକ ଭାବେ ଜିତିଆସୁଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ତାଙ୍କ ବଦଳରେ ପୁଅ ବିଷ୍ଣୁବ୍ରତ ରାଉତରାୟ ନିର୍ବାଚନରେ ଠିଆ ହେବା ସହ ଜିତିଥିଲେ । ବିଜୟଶ୍ରୀଙ୍କ ବାପା ନୀଳମଣି ରାଉତରାୟ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ସେ ବିଜେଡି ସରକାରରେ ବହୁ ବାର ମନ୍ତ୍ରୀ ହୋଇଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: