ସାଧାରଣ ଜନତାଙ୍କ ସ୍ୱର

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବାଲିମେଳା ନଗର କଂଗ୍ରେସ କମିଟିର ଅନଶନ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲଜନଗିରି (୦୬/୦୪): ବିଦ୍ୟୁତ ବିଲ ଅହେତୁକ ବୃଦ୍ଧି ପ୍ରତିବାଦରେ ବାଲିମେଳା ନଗର କଂଗ୍ରେସ ପକ୍ଷରୁ ବିଦ୍ୟୁତ ସେବା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ କଂଗ୍ରେସ କର୍ମୀ। ଶାନ୍ତି ପୂର୍ଣ୍ଣ ଭାବେ ୪ ଘଣ୍ଟା ଧରି ବସିଲେ ଧାରଣା ରେ। ଏହାପରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ବିଭିନ୍ନ ଦାବି ଉଲ୍ଲେଖ କରି ଏକ ଲିଖିତ ଦାବିପତ୍ର ବାଲିମେଳା ବିଦ୍ୟୁତ ସେବା ବିଭାଗ ର ଏସଡିଓ ପ୍ରମୋଦ କୁମାର ନାୟକ ଙ୍କ ଜରିଆରେ ପ୍ରଦାନ କରିଥିଲେ।

କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ କରୋନା ହେତୁ ସବୁବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନ ର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। କ୍ରୟଶକ୍ତି ହ୍ରାସ ପାଇବାରେ ଲାଗିଛି । ସେହି ସମୟରେ ରାଜ୍ୟରେ ଥିବା ବିଦ୍ୟୁତ୍ ନିୟାମକ ଆୟୋଗ ବିଦ୍ୟୁତ୍ ଦେୟ ବୃଦ୍ଧି ଘଟାଇଛନ୍ତି । ବିଶେଷତଃ ‘ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା” ବିତରଣ ଦାୟିତ୍ବ ଦେବା ପରଠାରୁ ଏ ପରେ ୟୁନିଟ୍ ପିଛା ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ଦର ବୃଦ୍ଧି ବଢ଼ାଇଛନ୍ତି । ଗତ ଥର ୨୦ ପଇସା ଓ ଏବେ ଏପ୍ରିଲ ମାସ ଠାରୁ ୟୁନିଟ୍ ପିଛା ୩୦ ପଇସା ଦର ବୃଦ୍ଧି ଘଟାଇଛନ୍ତି। ଏଠାରେ କୋଇଲା ଓ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ । ଜଳ ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ ଖୁବ କମ୍ ହୋଇଥିବାରୁ ସମସ୍ତ ବିଦ୍ୟୁତ୍ ଉତ୍ପାଦନର କ୍ରୟ ୟୁନିଟ୍ ପିଛା ୩୦ ପଇସା ପଡିଥାଏ। ଅଥଚ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ଶୁଳ୍କ ବିଦ୍ୟୁତ୍ କର ନିମନ୍ତେ ସବୁ ମିଶାଇ ୨୦୦ ୟୁନିଟ୍ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତ ୟୁନିଟ୍ ପିଛା ଟ. ୫.୬୦ ପଇସା ଓ ୪୦୦ ୟୁନିଟ୍ ବା ତଦୁର୍ଦ୍ଧ ବିଦ୍ୟୁତ୍ ବ୍ୟବହାର ପାଇଁ ୟୁନିଟ୍ ପିଛା ଟ ୬.୨୦ ପଇସା ଦେବାକୁ ହେଉଛି । ତେବେ ଏହି ଦାବି ଗୁଡିକୁ କେନ୍ଦ୍ର କରି କଂଗ୍ରେସ ର ନଗର ସଭାପତି ସୁରେଶ ଖୋସଲା ଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ରବି ହରିଜନ, ଚୈତନ ଦାସ, ଯୋଗୀ ଚାଲାଣ, କୁନାଲ ଖିଲ, କେ ସାଧୁ, ଜିସୁଦାନ ଖେମୁଣ୍ଡୁ, ଭଗବାନ କୁମାର ଦଳର ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

Welcome to Odisha News24

%d bloggers like this: