ବିଦ୍ୟୁତ ତାର ଲାଗି ଚାଷୀଙ୍କ ୨ ପୋଢ଼ ମୃତ, କ୍ଷତିପୂରଣ ପାଇଁ ଦାବି

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଉଲୁଣ୍ଡା, ସୁବର୍ଣ୍ଣପୁର (୨୭/୦୫): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମହୁଖଣ୍ଡି ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ଲାଗି ଦୁଇଟି ପୋଢ଼ର ମୃତ୍ୟୁ ହୋଇଛି | ମୃତ ପୋଢ଼ ଦୁଇଟି ଯଉଁରାଭଉଁରା ପଞ୍ଚାୟତ ସୁଲିଆ ଗାଁର ଚାଷୀ ସୁରେଶ ଭୋଇଙ୍କ ବୋଲି ଜଣାପଡ଼ିଛି ।

ଜଙ୍ଗଲକୁ ପୋଢ଼ ଚରି ଆସିଥିବା ବେଳେ ଜଙ୍ଗଲରେ ପଡିଥିବା ୧୧ କେ. ଭି ବିଦ୍ୟୁତ ତାରରେ ଲାଗିଯାଇଥିଲେ । ବିଳମ୍ବିତ ରାତି ଯାଏ ପୋଢ଼ ଦୁଇଟି ଘରକୁ ଫେରି ନ ଥିବାରୁ ସୁରେଶ ପୋଢ଼ ସନ୍ଧାନରେ ଯାଇଥିଲେ । କିନ୍ତୁ ମହୁଖଣ୍ଡି କେନାଲ ଠାରେ ପୋଢ଼ ଦୁଇଟି ବିଦ୍ୟୁତ ତାର ଲାଗି ମରି ପଡିଥିବାର ଦେଖିଥିଲେ ।ସୁରେଶ କ୍ଷତି ପୂରଣ ପାଇଁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ କେହି ତାଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି । ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଶିକାର ପାଇଁ ଦୁର୍ବୃତ୍ତ ବିଦ୍ୟୁତ୍‌ ତାର ବାରମ୍ବାର ବିଛାଉଛନ୍ତି । କେତେବେଳେ ହାତୀ ତ କେତେବେଲେ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ଯାଉଛି । ତଥାପି ବିଦ୍ୟୁତ କି ଜଙ୍ଗଲ ବିଭାଗର ଚେତା ପସୁନାହିଁ ।

Welcome to Odisha News24

error: Content is protected !!
%d bloggers like this: