ବିଦେଶ ରହି ନିଜ ଗାଁ ମାଟିର ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି ଦୁଇଭାଇ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୦୪/୦୬): ଆଜିକାଲି ର ଏହି ସ୍ୱାର୍ଥପର ଦୁନିଆରେ ନିଜ ବାପା ମା ଙ୍କ ଦୁଃଖ ବୁଝିବାକୁ କିଛି ଲୋକଙ୍କ ପାଖରେ ସମୟ ନଥିବା ବେଳେ, ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯିଏକି ବିଦେଶରେ ରହି ମଧ୍ୟ ନିଜ ମାଟି ନିଜ ଗାଁ ଲୋକଙ୍କ ବିପତ୍ତି ସମୟରେ ସାହାଯ୍ୟର ହାତ ବଢ଼ାଇ ମାନବିକତା ଦେଖାଇଛନ୍ତି |

ଆମେ ବିଦେଶରେ ରହିଛୁ ,ହେଲେ ଆମେ ଆମ ଗାଁ ମାଟି ସେ ପାଣି ପବନକୁ କେବେ ବି ଭୁଲି ପାରିବୁ ନାହିଁ, ଏଇ କରୋନା ସମୟରେ ମୋ ଗାଁ ଭାଇ ମୋ ମା, ମାଉସୀ କେମିତି ଯେ ଦିନ କାଟୁଥିବେ ଏଇ ଚିନ୍ତା ଆମକୁ ବ୍ୟତୀବ୍ୟସ୍ତ କରିପକାଉଛି, ଏ କଥା କହୁଛନ୍ତି ଦୁବେଇ ରହୁଥିବା ଦୁଇ ଭାଇ, ଏମଡି ଅଲି ୱାରଦି ଖାନ ଦୁରାନି, ଏବଂ ତାବ୍ରେଜ଼ ଅଲି ଖାନ ଦୁରାନି । ନବରଙ୍ଗପୁର ଜିଲ୍ଲା ର ତାରା ଗାଁ ରେ ଜନ୍ମିତ ଏଇ ଦୁଇ ଭାଇ ଙ୍କ ମଣିଷ ପଣିଆ ପାଇଁ ଜିଲ୍ଲା ସାରା ସବୁରି ମୁହଁ ରେ ଏମାନଙ୍କ ପ୍ରଶଂସା, ଦୁବେଇ ରେ ଜଣେ ସେଲ୍ସ ମ୍ୟାନେଜର ଆଉ ଜଣେ ଇଞ୍ଜିନିଅର । ଦୂର ବିଦେଶ ରେ ରହି ମଧ୍ୟ ନିଜ ଗାଁ ଲୋକ ଙ୍କ ଚିନ୍ତା କରି , କରନା ରୋଗୀ ଆଉ ସେମାନଙ୍କ ପରିବାର ପାଇଁ ଦୁଇ ଓଳି ରନ୍ଧା ଖାଦ୍ୟ ଦେଇ ଆସୁଛନ୍ତି ଏଇ ଦୁଇ ଭାଇ, । ତାର ଗାଁ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିଯିବାରୁ ସରପଞ୍ଚ ସଟ ଡାଉନ ଘୋଷଣା କଲେ ସମସ୍ତ ଆକ୍ରାନ୍ତ ଙ୍କୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରଖି ଚିକିତ୍ସା କରାଗଲା , ରୋଗୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧ ରେ ରହିବାକୁ ପଡିଲା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଆକ୍ରାନ୍ତଙ୍କ ପରିବାର ଲୋକେ । ଏ ଦୁଇ ଭାଇଙ୍କ ନିକଟରେ ଏଇ ଦୁଃଖଦ ଖବର ପହଂଚିବାରେ ଏମାନେ ଗାଁ ରେ ରହୁଥିବା ନିଜ ବାପା ଏବଂ ଭାଇକୁ ଅନୁରୋଧ କରି ଚିକିତ୍ସିତ ହେଉଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକ ପ୍ରାୟ ୭୦ ଲୋକଙ୍କ ପାଇଁ ଗାଁ ର କିଛି ଯୁବକ ଙ୍କୁ ରାନ୍ଧିବା ଦାଇତ୍ୱ ଦେଇଛନ୍ତି। ଦୁଇ ଓଳି ପାଇଁ ରନ୍ଧା ଖାଦ୍ୟ ତିଆରି ରେ ପ୍ରତିଦିନ ପ୍ରାୟ ୪ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଏଇ ଦୁଇ ଭାଇ । ଆଜିକୁ ପ୍ରାୟ ୧୪ ଦିନ ହେବ ଏମିତି ରନ୍ଧା ଖାଦ୍ୟ ବଣ୍ଟନ କରିଚାଲିଛନ୍ତି ଏଇ ଦୁଇ ଭାଇ , କେବଳ ଏତିକି ନୁହେଁ ପ୍ରତିଦିନ ରୋଗୀ ଙ୍କୁ ଫୋନ ମାଧ୍ୟମରେ କଥା ହୋଇ ଔଷଧ ପତ୍ର ,ଖାଇବା ପିଇବା କଥା ବୁଝି ସେମାନଙ୍କ ମନବଳ ମଧ୍ୟ ବଢ଼ାଉଛନ୍ତି, ଗ୍ରାମବାସୀ ମଧ୍ୟ ଏ ଦୁଇ ଭାଇ ଙ୍କ ଏଇ ମହତ କାର୍ଯ୍ୟ ପାଇଁ ଆଶ୍ରିବାଦ ପ୍ରଦାନ କରୁଛନ୍ତି, ଆଜି ର ଏଇ ଦୁନିଆରେ ମଣିଷ ଆଜିକାଲି ନିଜର ଏବଂ ପରିବାର ବିଷୟ ରେ ଚିନ୍ତା କରୁଥିବା ବେଳେ ଏ ଦୁଇ ଭାଇ କିନ୍ତୁ ଦୂର ବିଦେଶ ରେ ରହି ନିଜ ଗାଁ ଲୋକ ଙ୍କ ସୁରକ୍ଷା ଚିନ୍ତା କରୁଛନ୍ତି, ଏହି ଦୁଇଭାଇଙ୍କ ମହାନ ଚିନ୍ତାଧାରା ଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: