ବିଡିଓଙ୍କ ମହାନତା,ଦୁର୍ଘଟଣାରେ ଆହତଙ୍କୁ ନେଲେ ଡାକ୍ତରଖାନା

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୨୪/୧୨): ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବଡଦିନ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ରାତି ପ୍ରାୟ ଆଠଟା ସମୟରେ ଫେରୁଥିବା ବେଳେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଧାଙ୍ଗଡାମାହା ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ (୨୫) ଓ ଅସିତ ପ୍ରଧାନ (୧୮) ଏକ ହିରୋହୋଣ୍ଡା ବାଇକରେ ଯାକାମାହା ସ୍ଥିତ ନିଜ ଭଉଣି ଘରୁ ଫେରୁଥିବା ବେଳେ ସ୍ଥାନୀୟ ପଞ୍ଚାୟତ ସମିତି ଅଧିନସ୍ଥ ନିଲୁଙ୍ଗିଆ ଚର୍ଚ୍ଚ ଠାରେ ହିରୋହୋଣ୍ଡା ବାଇକଟି ଦୁର୍ଘଟଣା ଘଟିବାରୁ ଅସିତ ପ୍ରଧାନ ଗୁରୁତର ହେବାବେଳ ଚିତ୍ତରଞ୍ଜନ ପ୍ରଧାନ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ଏବାବଦରେ ଅଗ୍ନିଶମ ବିଭାଗ କୁ ଫୋନ କରିବାରୁ ଉପଲବ୍ଧ ନାହିଁ କହିବା ବେଳେ, ଆମ୍ବୁଲାନ୍ସ ଆସୁଛି ବୋଲି କହିଥିଲା।କାହାକୁ ଅପେକ୍ଷା ନକରି ଶେଷରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ନିଜ ଗାଡିରେ ଦୁଇଜଣ ଆହତଙ୍କୁ ଆଣି ଡାକ୍ତରଖାନାରେ ପହଞ୍ଚାଇଥିଲେ ।ଆଜି ବିଏସଏନଏଲ କାମ କଳୁନଥିବାରୁ ଆହାତ ଅସିତକୁ ବ୍ରହ୍ମପୁର ସ୍ଥାନାନ୍ତର ହେତୁ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେବା ସମ୍ଭବ ହୋଇନପାରିଥିଲା। ଏଣୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ଗାଡି ପଠାଇ ଗୁରୁତରଙ୍କ ପରିବାରକୁ ଖବର ଦେବା ସହ ତାଙ୍କ ଆତ୍ମୀୟକୁ ନିଜ ଗାଡିରେ ଆଣି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇ ଥିବା ଜଣାପଡ଼ଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: