ବିଜେପୁରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଜଗବନ୍ଧୁ ସାହୁ //
ବିଜେପୁର (୧୧/୦୧): ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜେପୁର ବ୍ଲକ ଅନ୍ତର୍ଗତ ପଡ଼ା ଗ୍ରାମରେ ସୋମବାର ଦିନ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଶିବିରରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଜେପୁର ବିଧାୟିକା ରୀତା ସାହୁ , ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଜନାର୍ଦ୍ଦନ ପାଣିଗ୍ରାହୀ, ସରପଞ୍ଚ ବିନୋଦ ବିଶ୍ଵାଳ, ଶକୁନ୍ତଳା ମହାପାତ୍ର, ସମିତି ସଭ୍ୟ ଗୋପାଳ ମେହେର, ଦେବାନନ୍ଦ ଗଡତିଆ, ସୁବ୍ରତ ରଥ, ସର୍ଜନ ଚିରଗୁନ ପ୍ରମୁଖଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ ।

Welcome to Odisha News24

error: Content is protected !!
%d bloggers like this: