ବିଜେପି ପ୍ରତିଷ୍ଠା ଦିବସ ପାଳିତ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୬/୦୪): ଲୋଇସିଂହା ଓ ଆଗଲପୁର ବ୍ଲକ ର ବିଭିନ୍ନ ସ୍ଥାନରେ ବିଜେପିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ଭାରତ ମାତାଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ବିଜେପି କର୍ମୀମାନେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ଶପଥ ନେଇଥିଲେ । ପରେ ସ୍ଥାନୀୟ ଡାକ୍ତରଖାନାର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୌରାଙ୍ଗ ନାଏକ, ସରୋଜ ସାହୁ, ଟିକୁ ସାହୁ, ଉମେଶ ପଟେଲ, ରାଜୁ ସାହୁ, ରାମଚନ୍ଦ୍ର ସାହୁ, ଭୁତନାଥ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।

Welcome to Odisha News24

error: Content is protected !!
%d bloggers like this: