ସାଧାରଣ ଜନତାଙ୍କ ସ୍ୱର

ବିଜେପିର ବନ୍ଧୁ ମିଳନ,ବିଜେପି ଦଳରେ ସାମିଲ ହେଲେ ୮୮ଜଣ ବିଜେଡି କର୍ମୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣ ସିଂହପୁର ( ତା.୩୦/୧୨): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ କରପା ଗ୍ରାମ ପଞ୍ଚାୟତ ର ଟିକିରା ଗ୍ରାମାର ଆମ୍ବତୋଟା ଠାରେ ବିଜେପି ର ବନ୍ଧୁ ମିଲନ ଅନୁଷ୍ଠିତ ହୋଇଛି।ଏଥିରେ ବିଜେପି ର ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ନିର୍ବାଚନ କୁ କିପରି ଦଳକୁ ସୁସଙ୍ଗଠିତ କରିବେ ତାହା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ଏବଂ ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ପ୍ରଧାନମନ୍ତ୍ରୀ କରିଥିବା ଯୋଜନା ଗୁଡିକ ମୁଖ୍ୟମନ୍ତ୍ରୀ ନିଜ ଯୋଜନା କରିଥିବା କହି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ହାତେଇବା ପାଇଁ ଯୋଜନା କରୁଥିବା ନେଇ ଜିଲ୍ଲା ସଭାପତି ଶିବ ପଟ୍ଟନାୟକ କହିଥିଲେ। ଏହି ସମୟରେ ଉକ୍ତ ପଞ୍ଚାୟତ ରେ ପାଣ୍ଡରାପଡା ଗାଁର ୧୦ ଜଣ,ଶୁଲିପଦର ଗାଁର ୧୩ ଜଣ,ଅଜୟ ଗଡ଼ ଗାଁର ୨୦ଜଣ,ରାଣୀ ପଦର ଗାଁର ୫ଜଣ,ହୀରସୁଲି ଗାଁର ୧୦ଜଣ,ବିଜୟ ନଗର ଗାଁର ୨୦ଜଣ,କୃଷ୍ଣ ପାତ୍ର ଗୁଡା ଗାଁର ୪ଜଣ ଓ ପେଟେଲି ଗୁଡା ଗାଁର ୬ଜଣ ମୋଟ ୮ ଗାଁର ୮୮ଜଣ ବିଜେଡି ଛାଡ଼ି ବିଜେପି ଦଳରେ ସାମିଲ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ବିଜେପି ଦଳ ପକ୍ଷରୁ କିଛି ଆଖି ଦୃଷ୍ଟିଆ କାର୍ଯ୍ୟ କରିଥିବା ହେତୁ ସେଥିରେ ସନ୍ତୁଷ୍ଟ ହୋଇ ଚନ୍ଦ୍ର ବାଗ, ଭବାନୀ ଲୟା, ଅନି ମହାନନ୍ଦିଆ, ମନମତି ମହାନନ୍ଦିଆ,ଡିଉଡୁ ପ୍ରସ୍କା,ବୈଶାଖ ବେନିଆ ପ୍ରମୁଖ ୮୮ ଜଣ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିବା କହିଛନ୍ତି। ଏଥିରେ ଜିଲ୍ଲାର ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମଲ,ବ୍ଳକ ଯୁବ ସଭାପତି ଗୁଡ଼ଲା ସନ୍ଦୀପ, କରପା ପଞ୍ଚାୟତ ସରପଞ୍ଚ ସିନ୍ଦୁ କୁଲୁସିକା, କରପା ପଞ୍ଚାୟତ ସମିତି ସଭ୍ୟ ନବୀନ କଞ୍ଜକା ,ବିଜେପି ର ବରିଷ୍ଠ କର୍ମୀ ଭିକାରୀ ମୁଗୁଳି, ବିଜେପି ଦଳର (କ’) ଜୋନ ର ସମସ୍ତ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ। ନୂତନ ଭାବେ ବିଜେପି ଦଳରେ ମିଶିଥିବା କର୍ମୀ ଙ୍କୁ ଦଳୀୟ ଟୋପି ଓ ଉତ୍ତରାଣୀୟ ପକାଇ ସ୍ଵାଗତ କରିଥିଲେ।

Welcome to Odisha News24

%d bloggers like this: