ବିଜେଡି ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳନ

ରିପୋର୍ଟ: ମିନା ବେହେରା //
ନାରାୟଣପାଟଣା (୨୬/୧୨): ଆଜି ବିଜେଡି ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ର ସାଂସ୍କୃତିକ ମଣ୍ଡପରେ ଠାରେ ଲଖ୍ମୀପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବିନାୟକ ପ୍ରଭୁ ଜାନୀଙ୍କ ନେତୃତ୍ୱରେ ପ୍ରତିଷ୍ଠା ଦିବସର ଆୟୋଜନ କରାଯାଇଥିଲା।

ପ୍ରଥମେ ବିଜୁବାବୁଙ୍କ ଫୋଟ ଚିତ୍ରରେ ଦୀପ ପ୍ରଜ୍ଵଳନ କରି ପୁଷ୍ଫମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଲୋକଙ୍କ ସେବା ପାଇଁ ସଂକଳ୍ପବଦ୍ଧ ବିଜୁବାବୁଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଆଶୀର୍ବାଦ ଓ ଦଳୀୟ କର୍ମୀଙ୍କ ନିଷ୍ଠାପର ଉଦ୍ୟମରେ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇପାରିଛି, ଆଗାମୀ ୨୦୧୪ ନିର୍ବାଚନରେ ଅଧିକରୁ ଅଧିକ ସ୍ଥାନ ଅକ୍ତିଆର କରିବୁ ଏବଂ ବିଜେଡି ଦଳକୁ ମଜବୁତ କରିବୁ ବୋଲି ବିଧାୟକ କହିଛନ୍ତି। ଲଖ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକର ଅନେକ ବିଜେଡି କର୍ମୀ ତଥା ବିଜୁ ଛାତ୍ର, ବିଜୁ ଯୁବକର୍ମୀ ଓ ବରିଷ୍ଠ ନେତା ଗୁପ୍ତ ଦାସ ,ବିଦ୍ୟା ସାହୁ,ପଣ୍ଡିତ ବିଶୋଇ ,ଝିନ୍ନ ହିକକାଙ୍କ ସମେତ ନାରାୟଣପାଟଣା ବ୍ଲକର ବହୁ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: