ସାଧାରଣ ଜନତାଙ୍କ ସ୍ୱର

ବିଜେଡି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା

ରିପୋର୍ଟ: ପ୍ରଶାନ୍ତ ମଝି //
ଝାରସୁଗୁଡା (୨୭/୧୧): ଝାରସୁଗୁଡ଼ା କାଳିମନ୍ଦିର ନିକଟସ୍ଥ ବୀଜୁ ଜନତା ଦଳ କାଯ୍ୟାଳୟ ରେ ବୀଜୁ ଯୁବା ଜନତା ଦଳର ନବ ନିଯୁକ୍ତ ଟାଉନ ଯୁବ ଜନତା ଦଳ ସଭାପତି ଭାବରେ – ମାନସ ରାୟ ଓ ଦଳର ଉପସଭାପତି ଚିରଞ୍ଜିବି ପତି ଏବଂ ବିଜୁ ଛାତ୍ର ଜନତା ଦଳର ସଭାପତି ରଞ୍ଜିତ ତ୍ରିପାଠିଙ୍କୁ ସମନ୍ଧିତ କରାଯାଇଥଲା ବୀଜୁ ଯୁବ ଜନତା ଦଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସଭା କାର୍ଯ୍ୟ କୁ ସନ୍ଦିପ ଅବସ୍ତି ସଭାପତିତ୍ଵ ପରିଚାଳନା କରିଥିଲେ l ଶ୍ରୀ ତାପସରାୟ ଚୌଧୁରୀ ଙ୍କ ସଭାପତିତ୍ୱ ରେ ନବନିଯୁକ୍ତ ସଭାପତି ମାନଙ୍କୁ ଫୁଲ ତୋଡା ଏବଂ ଉପଢୋକନ ଦେଇ ସ୍ୱାଗତ ଜଣାଇ ସମ୍ବଦ୍ଧନା ସଭା ରେ କୋଭିଡ଼ ୧୯ ନିୟମକୁ ମାନି ମାସ୍କ ପରିଧାନ କରି ଆଗାମୀ ଦିନରେ ବୀଜୁ ଜନତା ଦଳ ର ସମସ୍ତ ସଦସ୍ୟ ମାନେ ଝାରସୁଗୁଡ଼ା ର ଉନ୍ନତି ପାଇଁ କାର୍ଯ୍ୟ କରି ବୀଜୁ ଜନତା ଦଳ କୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ ।ଏବଂ ଏହି ସଭାରେ ଉପସ୍ତିତ ଥିବା ଶ୍ରୀ ରଘୁମଣି ପଟେଲ, ଫୁପୁ ମାହାନ୍ତି, ପ୍ରତାପ ନନ୍ଦ, ମଦନ ହାତି, ମୋତିଲାଲ ତନ୍ତି, ଜୟ ପ୍ରକାଶ କୁଅଁର, ମଞ୍ଚରେ ଉପସ୍ଥିତ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଦାସ୍‌ , ପିଣ୍ଟୁ ପାଢ଼ି, ସୁଧାଂଶୁ ମହାପାତ୍ର, ସିଦ୍ଧାର୍ଥ ସରକାର, ତୁଳସୀ ଦାସ, ଅଶୋକ କୁମାର ରାଉତ ଉପସ୍ତିତ ଥିଲେ |

Welcome to Odisha News24

%d bloggers like this: