ବିଏସଫ ପକ୍ଷରୁ ଫିଟ ଇଣ୍ଡିଆ ହିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ; ଏନ.ସନ୍ତୋଷ କୁମାର //
ବୈପାରୀଗୁଡା(୨୦/୧୨): ଆଜି ସକାଳେ ବୈପାରୀଗୁଡା ବିଏସଫ ପକ୍ଷରୁ ଫିଟ ଇଣ୍ଡିଆ ହିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୫୧ ବିଏନ ବିଏସଫ କୋମାଣ୍ଡେଡ ଅଜୟ କୁମାର କଂ ନେତୃତ୍ୱ ରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଅଭିମନ୍ୟୁ ଶତପଥି ଏବଂ ମେଡିକାଲ ଇନ ଚାର୍ଜ ଅଧିରାଜ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l

ବ୍ଲକ କାର୍ଯାଳୟ ପରିସରରେ ମୁଖ୍ୟ ଅଥିଥିଙ୍କ ଦ୍ୱାରା ଏହି କାଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ସୂଚାଯାଇଥିବା ବେଳେ ଏଥିରେ ବିଡ଼ିଓ ଶ୍ରୀ ଶତପଥୀ ସୁସ୍ଥ ଶରୀର ପାଇଁ ପ୍ରତି ଦିନ ଅଧଘଂଟା ସମୟର ଆବଶ୍ୟକ ରହିଛି ଏଥିପାଇଁ “ଫିଟ ନେସ କା ଡୋଜ ଅlଧlଘଂଟା ରୋଜ ” ଏହି ମନ୍ତ୍ର ଦେଇଥିଲେ l ଏହା ପରେ ଯବାନଙ୍କୁ ନେଇ ସାଇକେଲ ରାଲି କରାଯାଇଥିଲା l ଏହି ରାଲିକୁ ବିଡ଼ିଓ ପତାକା ଦେଖାଇ ଉଡ଼ଘାଟନ କରିଥିଲେ l ଯବାନଙ୍କ ସହ ବିଡ଼ିଓ ଏବଂ ମେଡିକାଲ ଇନଚାର୍ଜ ମଧ୍ୟ ସାଇକେଲ ରାଲିରେ ଭାଗ ନେଇଥିଲେ l ବୈପାରୀଗୁଡା ବ୍ଲକ ଛକ ଠାରୁ ମୁଣ୍ଡାଗୁଡା ପଯ୍ୟନ୍ତ ଏବଂ ପୁଣି ସେଠାରୁ ବୈପାରୀଗୁଡା ବିଏସଫ କ୍ୟାମ୍ପ ପଯ୍ୟନ୍ତ ସାଇକେଲ ରାଲି କରାଯାଇଛି l ସୁସ୍ଥ ଶରୀର ଗଠନ ପାଇଁ ପ୍ରତିଦିନ କିଛି ସମୟ ବାହାର କରି ବ୍ୟାୟାମ କରିବା ପାଇଁ ବୈପାରୀଗୁଡା ଅଂଚଳ ବାସୀଙ୍କୁ ଏହି ରାଲି ମାଧ୍ୟମରେ ସଚେତନ କରାଯାଇଛି ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: