ବାସିନୀଗୁଡା ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୩/୦୧): ଆଜି ଜାନୁଆରୀ ୨୩ ତଥା ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ବୀର ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ l ଦେଶବାସି ଆଜି ଏହି ଦିବସକୁ ପାଳନ କରୁଥିବା ବେଳେ ବୈପାରୀଗୁଡା ବ୍ଲକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ ବାସିନୀଗୁଡା ଠାରେ ମଧ୍ୟ ଦିବସ ପାଳିତ ହୋଇଯାଇଛି l

ନେତାଜୀ ଯୁବଜ ସଙ୍ଘ ପକ୍ଷରୁ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପ୍ରଧାନ ଶିକ୍ଷକ ରବି ନାରାୟଣ ସାହୁ, ମୁଖ୍ୟ ବକ୍ତା ଭାବେ ଫ୍ରେଣ୍ଡସ ୟୁନିଟ କ୍ଲବ ସଭାପତି ମଧୁସୂଦନ ରାଉତ ଏବଂ ନେହୁରୁ ଯୁବ କେନ୍ଦ୍ର ସ୍ୱଛସେବୀ ଭୀମସେନ ହରିଜନ ପ୍ରମୁଖ ଯୋଗ ଦେଇଥିଲେ l ଅତିଥିଙ୍କ ଦ୍ୱାରା ପ୍ରଥମେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଦୀପ ଧୂପ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଜିଥିଲା ଏବଂ ଉପସ୍ଥିତ କ୍ଲବ ସଦସ୍ୟଙ୍କୁ ଏହି ବୀରପୁରୁଷଙ୍କ ସଂପର୍କରେ ଅବଗତ କରାଯାଇଛି l

Welcome to Odisha News24

error: Content is protected !!
%d bloggers like this: