ସାଧାରଣ ଜନତାଙ୍କ ସ୍ୱର

ବାଲ୍ୟ ବିବାହ ରୋକିଲା ପ୍ରଶାସନ, ଲମତାପୁଟ

ରିପୋର୍ଟ: ଜିଲ୍ଲାପ୍ରତିନିଧି କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ ୧୩/୦୨/୨୦୨୧): ଅପ୍ରାପ୍ତ ବୟସ ରେ ବିବାହ ଉତ୍ସବର ଆୟୋଜନ ହେଉଥିବା ଖବର ଶୁଣି କୋରାପୁଟ ସିଡବ୍ଲୁସି,ନନ୍ଦପୁର ଶିଶୁ ବିକାଶ,ନନ୍ଦପୁର ପୋଲିସ ତରଫରୁ ମିଳିତ ଚଢ଼ାଉ କରାଯାଇ ଆସନ୍ତା କାଲି ଯଥା ୧୩ ତାରିଖ ରେ ଆୟୋଜନ ହେବାକୁ ଥିବା ବିବାହ ଉତ୍ସବକୁ ଭଣ୍ଡୁର କରିବା ସହ ପ୍ରଶାସନର ସହାୟତା ରେ ଝିଅକୁ ଉଠାଇ ନେଇଛି ସିଡବ୍ଲୁସି।

ଖବର ନେବାରେ ଜଣା ପଡ଼ିଛି ଯେ ନନ୍ଦପୁର ବ୍ଲକ୍ ହିକିମ୍ ପୁଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏସ ମାଳିପୁଟ ଗାଁର ଶ୍ରୀ ଘେନୂ ଜାନି ଓ ଶ୍ରୀମତୀ ପ୍ରତିମା ଜାନି ନିଜ ଝିଅକୁ ଖରା ଗୁଡା ନିବାସୀ ଶ୍ରୀମତୀ ଭାନୁ ଦାମୀ ଙ୍କ ପୁଅ ନକୁଳ ଦାମୀ ଙ୍କ ସହ ଆସନ୍ତା କାଲି ଯଥା ୧୩ ତାରିଖ ରେ ବିବାହ କରିବାକୁ ସ୍ଥିର କରାଯାଇ ଥିଲା ଏଥି ନିମନ୍ତେ ଦୁଇ ପକ୍ଷ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିବା ସହ ନିମନ୍ତ୍ରଣ କାର୍ଡ ବଣ୍ଟନ, ଟେଣ୍ଟ ନିର୍ମାଣ,ବାଜା ବାଇଦ ସହ ଭୋଜି ନିମନ୍ତେ ପ୍ରସ୍ତୁତି ସହ କୁଣିଆ ମଧ୍ୟ ଘରକୁ ଆସି ଯାଇଥିଲେ,କିନ୍ତୁ ଝିଅର ବୟସ ୧୫ ବର୍ଷ ଥିବା ସ୍କୁଲ ସର୍ଟୀପିକେଟ୍ ସରକାରୀ ୟୁ ଜି ସ୍କୁଲ ହିକିମ୍ ପୁଟ ର ସିଡବ୍ଲୁସି ର ହାତରେ ଲାଗିବା କ୍ଷଣି ତତ୍ପରତା ପ୍ରକାଶ କରି ନନ୍ଦପୁର ପୋଲିସ ନନ୍ଦପୁର ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଅବଗତ କରାଇବା ସହ ବିବାହକୁ ବନ୍ଦ କରିବାକୁ ଏସ ମାଲିପୁଟ ଗାଁ କୁ ଯାଇ ଝିଅର ପରିବାରକୁ ବୁଝାଇବାକୁ ଚେଷ୍ଟା କରିଥିଲେ,ଏଥିରେ ପରିବାର ଅସହାୟତା ପ୍ରକାଶ କରିବାରୁ ଝିଅକୁ ସିଡବ୍ଲୁସି ଟିମ୍ ନିଜ ସହ କୋରାପୁଟ ନେଇଯାଇଥିବା ଜଣା ପଡ଼ିଛି,ଏହି ଚଢାଉ ସମୟେ ସିଡବ୍ଲୁସି ତରଫରୁ ଶ୍ରୀ ପଦଲାମ୍ କୁଲଦୀପ, ଶ୍ରୀମତୀ ରଞ୍ଜିତା, ନନ୍ଦପୁର ପୋଲିସ ତରଫରୁ ଏସଆଈ ଦୀପକ ନାୟକ, ଭାର ପ୍ରାପ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ମୋନାଲିସା ଖେମୁଣ୍ଡୂ,ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ପ୍ରତିମା ଖରା ଉପସ୍ଥିତ ଥିଲେ,ଝିଅକୁ ୧୮ ବର୍ଷ ହେବା ପରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ସିଡବ୍ଲୁସି ତରଫରୁ ପ୍ରକାଶ କରାଯାଇଛି

Welcome to Odisha News24

%d bloggers like this: