ବାଲିଗୁଡା ଥାନାରେ ନୂଆ ଆଇଆଇସି ଙ୍କ ଯୋଗ ଦାନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୫ /୬): ବାଲିଗୁଡାରେ ନୂତନ ଭାବେ ବାବା ଶଙ୍କର ସରାଫ ଥାନା ଆଇଆଇସି ରୂପେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି |

ଏଠାରେ ଯୋଗଦେବା ପରେ ବାଲିଗୁଡା ଥାନା ଅଂଚଳରେ ଆଇନ ଶୃଙ୍ଖଳା ପ୍ରତି ଗୁରୁତ୍ୱ ଦେବା ସହ ଲୋକମାନଙ୍କ ଧନଜୀବନ ସୁରକ୍ଷା ସହିତ ଅପରାଧ ନିୟନ୍ତ୍ରଣ ଦିଗରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଓ କୋଭିଡ ମହାମାରୀ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ଚେଷ୍ଟl କରିବା ପ୍ରଥମ କାମ ବୋଲି କହିଛନ୍ତି | ଏଥି ପୂର୍ଵରୁ ସେ ନିଷ୍ଠାପର ଭାବେ ତୁମୁଡିବନ୍ଧ ଥାନା ଅଧିକାରୀ ଥାଇ ଲୋକଙ୍କ ସେବା କାର୍ଯ୍ୟ କରିଥିଲେ ଏବଂ ଜଣେ ଦାୟତ୍ୱବାନ ଅଧିକାରୀ ଭାବରେ କାର୍ଯ୍ୟଭାର ତୁଲାଇ ଆସୁଥିଲେ | ବର୍ତ୍ତମାନ ସେ ବାଲିଗୁଡ଼ା ଥାନାର ଅଧିକାରୀ ଭାବେ ଯୋଗ ଦେଇଛନ୍ତି |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: