ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପରିସରରେ ଶାନ୍ତି ମୈତ୍ରୀ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷା କିଟ ପ୍ରଦାନ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୯/୬): ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ପରିସରରେ ବାଲିଗୁଡା ବ୍ଲକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା କିଟ ଶାନ୍ତି ମୋତ୍ରୀ ପକ୍ଷରୁ ବଣ୍ଟନ କରାଯାଇଛି | ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଲିଗୁଡା ବ୍ଲକର ଦୁର୍ଗମ ଅଂଚଳରେ ମହାମାରୀ କୋରନାରୁ ଜନସାଧାରଣ ଙ୍କ ଜୀବନ ସୁରକ୍ଷିତ ରହିବ ସେନେଇ ସମସ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ଏକ କରି ଲୋକଙ୍କ ସେବା କରୁଛନ୍ତି |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ବାରଖମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଅଭିନବ ସେନାପତି, ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ଭଗବାନ ଜେନା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ କର୍ମୀ ଙ୍କ ପରିଶ୍ରମ ବୃଥା ରେ ଯିବନି ସେମାନେ ଗ୍ରାମାଞ୍ଚଳ ରେ ଲୋକ ମାନଙ୍କ ର ସୁରକ୍ଷା ପ୍ରତି ଅନବରତ କାର୍ଯ୍ୟ କରି ଆସୁଛନ୍ତି |ଆମର ସେମାନେ ସୁରକ୍ଷା କବଚ ରୂପେ ନିଜ ପରିବାର କୁ ପଛରେ ରଖି କାର୍ଯ୍ୟ ଜାରୀ ରଖିଛନ୍ତି |ବାଲିଗୁଡା ବ୍ଲକ ର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ସୁରକ୍ଷା କିଟ ପ୍ରଦାନକରିଛି ସ୍ଵେଛାସେବୀ ଅନୁଷ୍ଠାନ ଶାନ୍ତି ମୋଇତ୍ରୀ |ଏଥିରେ ମାକ୍ସ, ସାନିଟାଇଜ଼ର, ବିଶୋଧନ, ଅକ୍ସସିମିଟର, ଗ୍ଲୋଭସ ଆଦି ପ୍ରଦାନ କରାଯାଇଛି |ଶାନ୍ତି ମୈତ୍ରୀ ଅନୁଷ୍ଠାନ ର ସମ୍ପାଦକ ଭଗବାନ ଜେନା ବାଲିଗୁଡା ବ୍ଲକ କୁ ସମ୍ପୂର୍ଣ କୋରନା ମୁକ୍ତ ଅଂଚଳ ପାଇଁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ଙ୍କ ସାହାଯ୍ୟ ସହଯୋଗ କାମନା କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: