ବାଲିଗୁଡାରେ ବିଜେପିର ରକ୍ତଦାନ ଶିବିର

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୮/୬): କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ଆହ୍ୱାନ କ୍ରମେ, ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଶାସନର ସାତବର୍ଷ ପୃତ୍ତି ଅବସରରେ ବାଲିଗୁଡା ଯୁବମୋର୍ଚ୍ଚା ବିଜେପି ଏବଂ ନଗର ଯୁବମୋର୍ଚ୍ଚା ସଭାପତି ସୁଭାଶିଷ ମିଶ୍ରଙ୍କ ନେତୃତ୍ୱରେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି |

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାନେତ୍ରୀ ସୁଷମା ସାହୁ ନୂଆଗାଁ ମଣ୍ଡଳ ସଭାପତି ଲାମ୍ବୁରା ପ୍ରଧାନ ଏବଂ ଗୌରାଙ୍ଗ ବିଶୋଇଙ୍କ ସମେତ ଜିଲ୍ଲା ଏବଂ ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା ରକ୍ତ ଦାନ କରିଥିଲେ | କାର୍ଯ୍ୟକ୍ରମରେ ବାଲିଗୁଡା ନଗର ମଣ୍ଡଳ ସଭାପତି ଦିବାକର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ ରମାନନ୍ଦ ଘଡେଇଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦିକା ସସ୍ମିତା ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାନେତ୍ରୀ କୁସୁମୀ ପ୍ରଧାନ, ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପାତ୍ର, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ବିସିକେଶନ ପ୍ରଧାନଙ୍କ ସମେତ ବାଲିଗୁଡା ନଗର ଯୁବମୋର୍ଚାର ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ୨୨ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରିଥିଲେ |

Welcome to Odisha News24

error: Content is protected !!
%d bloggers like this: