ବାରହା ଫାସରେ କଲରା ପତରିଆ ବାଘ ମୃତ, ୬ଜଣ ଗିରଫ

ରିପୋର୍ଟ: ସନ୍ତୋଷ ନାୟକ //
ବ୍ରହ୍ମପୁର,ତା୩୧-୦୧): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରେଞ୍ଜ ଅଞ୍ଚଳରେ ବାରହା ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ମାମଲାରେ ୬ ଜଣ ଙ୍କୁ ଗିରଫ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ପୋଲିସ ସହାୟତାରେ ଗତରାତିରେ ସମସ୍ତଙ୍କୁ ଗିରଫ କରାଯାଇଛି ।

ଗତ ୨୮ ତାରିଖରେ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ବଡ଼ପଥର ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ଫାଶରୁ ଉଦ୍ଧାର ହୋଇଥିଲା କଲରାପତରିଆ ବାଘ । ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ପୂର୍ବରୁ ବାଘଟିର ମୃତ୍ୟୁ ହୋଇଥିଲା । ଶିକାର ପାଇଁ ଫାଶ ବସାଇଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ କେଉଁ କାରଣରୁ ବାଘଟିର ମୃତ୍ୟୁ ହେଲା ସେନେଇ ଏଯାଏ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ ।

Welcome to Odisha News24

error: Content is protected !!
%d bloggers like this: